ଭୁବନେଶ୍ୱର, ୭/୪ (ସନ୍ଧାନ ନିୟୁଜ) ରାଜ୍ୟରେ ଚାଲିଛି ନିର୍ବାଚନ ଋତୁ । ରାଜ୍ୟ ସାରା ପୁରା ରାଜନିତିର ଗରମ ହାୱା । ଏହା ଭିତରେ ନେତାଙ୍କ ଠାରୁ କର୍ମୀ ପ୍ରର୍ଯ୍ୟନ୍ତ ଟିକେଟ ନିଶାରେ ନିଜର ଦମ ଦେଖାଇବାରେ ଲାଗିଥିଲେ । ହେଲେ ଯାହାର ଭାଗ୍ୟ ଟେକ୍ ସେ ଟିକେଟ ବି ପାଇଲେ । ଆଉ ଟିକେଟ ଗାଦି ପାଇଁ ଲୋଭ କରିଥିବା ନେତା ମାନେ ମଧ୍ୟ ଦଳଡିଆଁ କାର୍ଯ୍ୟ କରିଚାଲିଲେ । ତେବେ ଚଳିତବର୍ଷ ଦଳଡଆଁରୁ ବିଜେପି ବେଶ କିଛି ନେତା ସାଉଁଟିସାରିଛି । ବିଜେଡି ମଧ୍ୟ ପଛରେ ପଡିନାହିଁ । କଂଗ୍ରେସ ମଧ୍ୟ ଗୋଟାଇବାରେ ହେଳା କରୁନାହିଁ । କିନ୍ତୁ ବିଜେଡି ଦଳ ଭାଙ୍ଗିବା ଏବଂ ବଡଧରରଣ ବିଦ୍ରୋହ ଭୟରେ ପୁଣିଥରେ ଦାଗୀ, ଚିଟପଣ୍ଡ, ବିଭିନ୍ନ ମାମଲାରେ ଜଡିତଥିବା ନେତା ମାନେ ଟିକେଟ ପାଇବାରେ ସଫଳ ହୋଇଛନ୍ତି । ତେବେ ରାଜ୍ୟ ସାରା ଦୁର୍ନିତ ସୀମା ଟପିଥିବା ସରକାରଙ୍କ ପରିବର୍ତ୍ତନ କରିବା ପାଇଁ ବିଜେପି ଦଳ ଡକାରା ଦେଇଥିବା ବେଳେ ବିଜେପି ବିରୁଧରେ କଂଗ୍ରେସ ଲାଗିପଡିଛି । ଅନ୍ୟପଟରେ ବିଜେପିକୁ ବିଦ୍ରୁପ କରିବାକୁ ବିଜେଡି ପଂଚଘୁଂଚା ଦେଉନାହିଁ । କିନ୍ତୁ ରାଜ୍ୟ ସାରା ଯେଉଁ ପରିବର୍ତ୍ତନ ନିଆଁ ବ୍ୟାପିଛି ତାହା ଘଟଣା କ୍ରମରେ ସ୍ଥିରତା ବଜାୟ ରଖିପାରିଲେ ଚଳିତବର୍ଷ ନୂତନ ସରକାର ଗଢ଼ିବ ବୋଲି ରାଜନୌତିକ ସମୀକ୍ଷକ ମାନେ ମତଦେଇଛନ୍ତି । କିନ୍ତୁ ଏଥର ନିର୍ବାଚନ ଲଢ଼େଇ ବେଶ ରୋମାଂଚକ ପୂର୍ଣ୍ଣ ହେବ ଏପରକି କୌଣସି ପରିସ୍ଥିତରେ କିଛିବି ଘଟିବାର ସମ୍ଭାବନାକୁ ଏଡାଉ ଦିଆଯାଉନାହିଁ । ଏହାଭିତରେ ଅନେକ ଚ୍ୟାନେଲ ଗୁଡିକ ନିଜର ପ୍ରୂର୍ବାନୁମାନ କରି ନିଜର ଫଳାଫଳ ପ୍ରକାଶ କରିଛନ୍ତି । ଯେଉଁଥିରେ ବିଜେପିକୁ ୭୦ରୁ ୧୦୦ ସିଟ୍ ମିଳିବା ସହିତ ବିଜେଡିକୁ ୪୦ ରୁ ୫୫ ଏବଂ କଂଗ୍ରେସକୁ ୧୦ରୁ ୨୦ ମଧ୍ୟରେ ଏବଂ ଅନ୍ୟନ ଦଳ ୧୦ଭିତରେ ସୀମିତ ରହିବ ବୋଲି ଆକଳନ କରିଛନ୍ତି । ତେବେ ଜନତା ଜନାର୍ଦ୍ଦନ କାହାକୁ ରାଜା କରି ମୁକୁଟୁ ପିନ୍ଧାଉଛନ୍ତି ତାହା ଦେଖିବାକୁ ବାକି ରହିଥିବା ବେଳେ ସମଗ୍ର ରାଜ୍ୟରେ ବିଜେପି ଆଡେ ଜନତା ବୋଲି ମୁଖରୁ ଗୁଞ୍ଜରି ହେଉଛି । ତେବେ ଏସବୁ ଭିତରେ ରାଜ୍ୟବାସୀ ଚଳିତବର୍ଷ ଯଦି ଠିକ୍ ନିଷ୍ପତ୍ତି ନିଅନ୍ତି ତେବେ ବିକାଶ ହେବବୋଲି ଆଲୋଚନା ଚାଲିଛି । ଅନ୍ୟପଟରେ ଜାତୀୟ ସ୍ତରରେ ପୁଣି ଥରେ ବିଜେପିକୁ ସଫଳତା ମିଳିବ ବୋଲି ଆଶା ସୃଷ୍ଟି ହୋଇଛି । ଏନଡିଏ ସରକାରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆନ୍ତଜାର୍ତିୟ ସ୍ତରରେ ଭାରତର ନାମ ବେଶ ସଫଳତା ମିଳିବା ସହିତ ପାକିସ୍ତାନ ଏବଂ ଚୀନ ଭଳି ଶତୃ୍ର ଦେଶକୁ କଢ଼ା ଜବାବ ଦେଇ ସମଗ୍ର ଭାରତୀୟ ହୃହୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିସାରିଛନ୍ତି । ତେବେ ଏସବୁ ପରେ ନିର୍ବାଚନ କାହା ସପକ୍ଷରେ ଯିବ ତାହା କେବଳ ଆସନ୍ତା ସମୟ ହିଁ କହିପାରିବ ।
ତାଜା ଖବର
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ
- କୁଣ୍ଡି ନଦୀ ସଂସ୍କାର ଯୋଜନା ଏବେ ବାଟବଣା
- ମିଶ୍ରିଲାଲ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ସରକାରୀ ଜମି ଜବରଦଖଲ ଅଭିଯୋଗ
- ୪୦୦ ଗ୍ରାମର ଉନ୍ନତିରେ ବାଧା! ରେଙ୍ଗାଲି କେନାଲ ପ୍ରକଳ୍ପକୁ ଅଟକାଇଲେ କିଛି ଦଲାଲ
- ଦର୍ଶନ ଶାସ୍ତ୍ର ବିଭାଗରେ ପିଏଚଡି ଉପାଧି ଲାଭ ନେଇ ଅଧ୍ୟାପିକାଙ୍କୁ ଶୁଭେଚ୍ଛା ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଦାଣ୍ଡପାନୀ ଗ୍ରାମରେ ସୋଲାର ପମ୍ପ ଅଚଳ ଅବସ୍ଥାରେ, ଗ୍ରୀଷ୍ମ ଦିନ ଆରମ୍ଭରୁ ପାଣିର ସଙ୍କଟ
- ଯୁଦ୍ଧ ବନ୍ଦ ଏବଂ ଶାନ୍ତି ପ୍ରତ୍ୟାବର୍ତ୍ତନ ପାଇଁ ସାମୁହିକ ପ୍ରାର୍ଥନା।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ



