ଭୁବନେଶ୍ୱର,୧୫/୦୪ (ସନ୍ଧାନ ନିୟୁଜ) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଛି। ଯାଜପୁରର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ମଙ୍ଗଳବାର ଭୁବନେଶ୍ୱରରୁ ଆଉ ୪ଜଣ ଚିହ୍ନଟ ହୋଇଛନ୍ତି। ଝାରପଡ଼ା ଜଣେ ଓ ୩ଜଣ ବମିଖାଲ ଅଞ୍ଚଳର ବୋଲି ଜଣାପଡିଛି। ଝାରପଡ଼ା ଅଞ୍ଚଳର ୫୦ ବର୍ଷ ବୟସର ଜଣେ ଆକ୍ରାନ୍ତ ହୋଇଥିବା ବେଳେ ବମିଖାଲର ୨ଜଣ ୫୧ ଓ ୭୦ ବର୍ଷ ପୁରୁଷ ରହିଛନ୍ତି। ଏହାଛଡା ଜଣେ ୫୧ ବର୍ଷୀୟ ମହିଳା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ମୋଟ ୪୭୩୪ଟି ନମୂନା ପରୀକ୍ଷଣ କରାଯାଇଥିଲା ସେଥିରୁ ୪୬୭୮ଜଣ ନେଗେଟିଭ୍ ବାହାରିଥିବା ବେଳେ ୬୦ଟି ପଜିଟିଭ୍ କେସ୍ ମିଳିଛି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଛି
|
April 15, 2020 |
