ରାଜ୍ୟରେ ଉଦଘାଟନ ହେଲା ୧୪ଟି ସାଇବର ଥାନା

Spread the love
ଭୁବନେଶ୍ୱର, ୨୯/୧୨/୨୦୧୧ (ସନ୍ଧାନ ନିଉଜ)ସାବାଡ ହେବେ ସାଇବର ଅପରାଧି । ରାଜ୍ୟରେ ୧୪ଟି ସାଇବର ଥାନାର ବୁଧବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସାଇବର ଥାନାକୁ ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।

ସେହିପରି କମିଶନ ରେଟ ପୋଲିସ ଅଧୀନରେ ଆଜି ତିନୋଟି ନୂଆ ଥାନାର ଉଦଘାଟନ ହୋଇଛି । ଭୁବନେଶ୍ୱର ଇମ୍ଫୋଭ୍ୟାଲି ଓ ପାହାଳରେ ନୂଆ ସାଇବର ଥାନା ଖୋଲିଛି । ସେହିପରି କଟକ ଇଉପିଡିଆରେ ସଦର ଥାନା ଅଧିନରେ ନୂଆ ଥାନାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।

ଦିନକୁ ଦିନ ସାଇବର ଅପରାଧ ରାଜ୍ୟରେ ବଢିବାରେ ଲାଗିଛି । ଆଉ ଏହାକୁ ନେଇ ସାଧାରଣ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି । ତେବେ ସାଇବର ଅପରାଧୀମାନେ ଏଥର ସାବାଡ ହେବେ ବୋଲି କୁହାଯାଇଛି । ଉଦଘାଟିତ ହୋଇଥିବା ଥାନାରେ ତାଲିମପ୍ରାପ୍ତ ପୋଲିସ କର୍ମଚାରୀଙ୍କ ସହ ଟେକ୍ନିକାଲ ଏକ୍ସପର୍ଟ ରହିବେ । ଆର୍ଥିକ ଓ ସାଇବର ଅପରାଧର ତଦନ୍ତ ପାଇଁ ସେମାନଙ୍କୁ ଉନ୍ନତମାନର ହାର୍ଡୱେର ଏବଂ ସପ୍ଟୱେର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related Posts

About The Author

Add Comment