ରାଜ୍ୟର ଦିନକୁଦିନ କାୟାବିସ୍ତାରକରୁଛିକରୋନା ;ପ୍ରତିଦିନ କରୁଛି ନୂଆ ନୂଆ ରେକର୍ଡ

Spread the love

ଭୁବନେଶ୍ୱର/ ୦୬/୦୪/ସନ୍ଧାନ ନିଉଜ୍/ ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏପ୍ରିଲ୍ ମାସର ପ୍ରତିଦିନ କରୋନା କରୁଛି ନୂଆ ନୂଆ ରେକର୍ଡ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୬ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୨୧, ଭଦ୍ରକରୁ ୯ ଜଣ, ବଲାଙ୍ଗିରରୁ ୧୧ ଜଣ, କଟକରୁ ୩୦ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୬ ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୨୭ ଜଣ, ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୧୫ ଜଣ, ଝାରସୁଗୁଡ଼ାରୁ ୩୧ ଜଣ, କଳାହାଣ୍ଡିରୁ ୬୪ ଜଣ, କନ୍ଧମାଳରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Related Posts

About The Author

Add Comment