ରାଜ୍ୟ ସ୍ତରୀୟ ବିଧାୟକ କପ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ :ଫୁଲବାଣୀର ଜେଡି କ୍ଲବ ଚାମ୍ପିୟାନ
ରାଜ୍ୟ ସ୍ତରୀୟ ବିଧାୟକ କପ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ :ଫୁଲବାଣୀର ଜେଡି କ୍ଲବ ଚାମ୍ପିୟାନ
Manas Kumar Rout |
February 14, 2021 |
ବାଲିଗୁଡା,13/02.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ବ୍ଲକ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ରାଜ୍ୟସ୍ତରୀୟ ବିଧାୟକ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନ ଉତ୍ସବରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟାଚ କୁ ଉଦଘାଟନ କରିଥିଲେ। ଏହି ଫାଇନାଲ ମ୍ୟାଚ୍ ରେ ଭାସ୍କର ଏକାଡେମୀ କୋରାପୁଟ ଓ ଜେ.ଡି କ୍ଳବ୍ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପରସ୍ପର ୧-୧ ଗୋଲ ଦେଇ ଅମିମାଂସିତ ହୋଇଥିଲା।ଫଳରେ ଟ୍ରାଇ ବ୍ରେକର୍ ସାହାଯ୍ୟରେ ଫୁଲବାଣୀର ଜେ.ଡି କ୍ଳବ୍ ୩-୧ ରେ ଭାସ୍କର ଏକାଡେମୀ କୋରାପୁଟ କୁ ପରାସ୍ତ କରି ଚମ୍ପିୟାନ ହେଇଥିଲା। ଏହି ଫାଇନାଲ ମ୍ୟାଚ୍ ରେ କୋରାପୁଟର ହେମନ୍ତ କୁମାର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ରୂପେ ପୁରସ୍କୃତ କରାଯାଇଥିଲା। ବେଷ୍ଟ ଦିଫେଣ୍ଡର ଭାବେ କୋରାପୁଟ ର ଅବିନାଶ ମୁଦୁଲି,। ବେଷ୍ଟ ଗୋଲ କିପର ଭାବେ ଫୁଲବାଣୀର କୁମାର ଡି.ଜେ। ପ୍ଲେୟର ଅଫ ଦି ଟୁର୍ନାମେଣ୍ଟ ଭାବେ କୋରାପୁଟର ଜିତୁ ମୁଦୁଲିକୁ ପୁରସ୍କୃତ କରାଯାଇଥିଲା। ଚମ୍ପିୟାନ ଦଳକୁ ନଗତ ରାଶି ୨୫୧୦୧ ଟଙ୍କା ସହ ଟ୍ରଫି ଓ ରନର୍ସ ଦଳକୁ ୧୫୧୦୧ ଟଙ୍କା ସହ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ଏହି ଖେଳକୁ ମୁଖ୍ୟ ରେଫେରି ଶ୍ୟାମସୁନ୍ଦର ସାହା,ସହକାରୀ ରେଫେରି ରାକେଶ କୁମାର କୋଠ ଦଳାଇ, ଅମିତ୍ କୁମାର ବିଷୋୟୀ, ଗୌର ଚନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ। ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବି.ଜେ.ଡି ରାଜ୍ୟ ପରିଷଦର ସଭ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, କ.ନୁଆଗାଁ ବି.ଡି.ଓ ଶରତ ଚନ୍ଦ୍ର ପାତ୍ର, ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ସାଂସଦ ପ୍ରତିନିଧି ବାସୁଦେବ ପଣ୍ଡା,ବାଲିଗୁଡା ଏନ.ଏ.ସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ,ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁର ପ୍ରମୁଖ ମଞ୍ଚାସିନ ଥିଲେ।ଗତ ୩ ତାରିଖ ରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ କୁ ପରିଚାଳନା କମିଟି ର ସମ୍ପାଦକ ହିତେଶ କୁମାର ନାୟକ, ଯୁଗ୍ମ ସମ୍ପାଦକ ରଜନୀ କାନ୍ତ ସାହୁ,ସହ ସମ୍ପାଦକ ପ୍ରମୋଦ କୁମାର ସାହୁ,ସଂଯୋଜକ ସହଦେବ ପାତ୍ରଙ୍କ ସମେତ ପରିଚାଳନା କମିଟି ର ସମସ୍ତ ସଭ୍ୟ ସହଯୋଗ କରିଥିଲେ।
Related Posts
About The Author