ରାଜ୍ୟ ରାଜପଥ ୨୪ ରେ ଇଣ୍ଡିଆନ ଅଏଲ ଟେଙ୍କର ଜଳିଲା

Spread the love

ସୁନ୍ଦରଗଡ ତା:୨୩/୬/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲା କରମଡିହି ରୁ ଛତିଶଗଡ କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ୨୪ ବଡମାଳ ନିକଟରେ ଏକ ଇନଡିଆଁନ ଅଏଲ ଟ୍ରଙ୍କର ଗାଡ଼ି ନମ୍ୱର୍ ଏନଏଲ-୦୧ଏଏଚ -୬୫୭୧ ଜଳିଯାଇଛି। ଗତକାଲି ସନ୍ଧ୍ୟା ୭ଟା ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସବଡେଗା ଅଗ୍ନିସମ ବିଭାଗ ଓ ସୁନ୍ଦରଗଡ ଅଗ୍ନିସମ୍ ବିଭାଗ ପହଞ୍ଚି ନିଆ କୁ ଆୟତ କରିଥିଲେ ।ପ୍ରାୟ ୪୦ ରୁ୫୦ ମିନିଟ ଅଗ୍ନିଶମ ବିଭାଗର ପରିଶ୍ରମ ପରେ ନିଆକୁ ଆୟତ କରାଯାଇ ଥିଲା ।ଟ୍ରଲର ଗାଡ଼ିର ଆଗ ଭାଗ ସମ୍ପୂର୍ଣ ଜାଳିବା ସହିତ ଗାଡ଼ିର ଇଞ୍ଜିନ ସହ ଟାୟାର ସଂପୂର୍ଣ୍ଣ ଜଳିଯାଇଥିବା ସୂଚନା ରହିଛି । ଚାଳକ ଘଟଣା ସ୍ଥଳ ରୁ ପଳାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗାଡ଼ିରେ ତେଲ ନ ଥିବା ସହିତ ଏହି ଦୁର୍ଘଟଣା ଟାୟାର ର ଘର୍ଷଣ ଅଥବା ବ୍ୟାଟେରୀ ଯୋଗୁଁ ଏହା ଘଟଣାକୁ ହୋଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ସୁନ୍ଦରଗଡ ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment