ଯାଜପୁର, ୧୮/୩(ସନ୍ଧାନ ନିୟୁଜ/ଜେ ରାଉତ) : ରସୁଲପୁର ତହସିିଲ ଅନ୍ତର୍ଗତ ନରସିଂହପୁର ରାଜସ୍ୱ ସର୍କଲ ଅଧିନସ୍ଥ ରାଜେନ୍ଦ୍ରପୁର ପଂଚାୟତରେ ବାଲିି ମାଫିିଆଙ୍କ ଆତଙ୍କରାଜ ରୋକିିିିବାରେ ପ୍ରଶାସନ ବିିଫଳ ହୋଇଛି । ମାଫିିଆଙ୍କ ପାଦ୍ରୁଭାବରେ ନିଲାମ ବାଲିଘାଟ ବନ୍ଦ ହୋଇଯାଇଛିିି । ବେଆଇନ ବାଲିଘାଟରୁ ବାଲିି ନଉଠିପାରଲେ ଅନ୍ୟ କୌଣସି ଘାଟରୁ ବାଲି ଉଠିପାରିବ ନାହଁ । ମାଫିଆଙ୍କ ଏହି ସର୍ତ୍ତରେ ଆଇନ ସମ୍ମତ ଓ ବେଆଇନ ଉଭୟ ବାଲିଘାଟ ବନ୍ଦ ରହିଛିିି । ସରକାରଙ୍କୁ ମାହାସୁଲ ପୈଠକରି ଘାଟରୁ ବାଲିି ଉଠାଇ ନପାରିବା ଯୋଗୁଁ ନିଲାମଧାରୀଙ୍କ ପାଇଁ ଅଦ୍ଭୁତ କ୍ଷତି ପହଁଚୁଛି ବୋଲି ଅଭିଯୋଗ ହେଉଛିି ।
ପ୍ରାପ୍ତସୂଚନାରୁ ପ୍ରକାଶ ବ୍ରାହ୍ମଣୀ ନଦୀର ଏହି ପଂଚାୟତର ରଣେଶ୍ୱରୀ ବାଲିଘାଟରୁ ଉଠିବା ପାଇଁ ରସୁଲପୁର ତହସିଲ ପକ୍ଷରୁ ନିଲାମ ଦିଆଯାଇଛି । ଏହି ଘାଟରୁ ବାଲି ଉଠାଇବାରେ ବାଧକ ସାଜିଛନ୍ତି ସ୍ଥାନୀୟ ସରପଂଚଙ୍କ ପରିବାର ଲୋକେ ଓ ସମର୍ଥକ । ଏହାକୁ ନେଇ ଦୀର୍ଘଦିନ ଧରି ଆଇନ ଓ ବେଆଇନ ମଧ୍ୟରେ ଲଢେଇ ଲାଗି ରହିଛି । ଆଇନ ସମ୍ମତ ବାଲିଘାଟ ପରିଚାଳକଙ୍କ ଉପରେ ମାଫିଆ ଆକ୍ରମଣ କରିଛନ୍ତି । ଏ ନେଇ ଥାନାରେ ଏକାଧିକ ମାମଲା ରହିଛି । ସରପଂଚଙ୍କ ଭାଇ ଠୁନୁ ବେହେରା ଏହି ମାମଲାକୁ ନେଇ ଏକାଧିକ ଲୋକଙ୍କୁ ମାଡ ମାରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ଅଭିଯୁକ୍ତ ଖୋଲାମେଲାରେ ବୁଲୁଛି । ତାକୁ ପୋଲିସ ଧରି ନାପରିବା ଘଟଣା ପୋଲିସ ପ୍ରଶାସନ ଭୂମିକା ସନେ୍ଦହରେ ରହିଆସୁଛି । ତହସିଲ ଓ ପୋଲିସ ପ୍ରଶାସନର ସ୍ଥାଣୁତା ଯୋଗୁଁ ଅଭିଯୁକ୍ତମାନେ ପଂଚାୟତରେ କାୟା ବିସ୍ତାର କରିଚାଲିଛନ୍ତି । ବାଲିଘାଟ ବନ୍ଦ ହୋଇଯିବା ପରେ ନିଲାମଧାରୀ କୈଳାସ ସାହୁ କ୍ଷୋଭ ପ୍ରକାଶ କରିଛନ୍ତି । ତହସିଲଦାର ଓ ପୋଲିସର ପରୋକ୍ଷ ଇଙ୍ଗିତରେ ବାଲି ମାଫିଆମାନେ କାର୍ଯ୍ୟ କରୁଛନ୍ତି । ଘାଟ ବନ୍ଦ ହେବା ନେଇ ସେ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେ ଦିଗରେ ତହସିଲଦାର କର୍ଣ୍ଣପାତ କରୁନାହାଁନ୍ତି ବୋଲି କୈଳାସ ସିଧାସଳଖ ଅଭିଯୋଗ କରିଛନ୍ତି । ସେ ଏ ନେଇ ଆଇନର ଆଶ୍ରୟ ନେବେ । ତାଙ୍କର କ୍ଷତିପୂରଣ ତହସିଲ ଓ ଥାନା ଅଧିକାରୀ ଭରଣା କରିବେ ବୋଲି ସେ ଦାବି କରିଛନ୍ତି । ଏ ସଂପର୍କରେ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳକୁ ପଚାରିବାରୁ ଅଭିଯୋଗରେ ସତ୍ୟତା ରହିଛି । ହେଲେ ନିର୍ବାଚନ କାର୍ଯ୍ୟକୁ ନେଇ ସେ ସର୍ବଦା ବ୍ୟସ୍ତ ରହୁଛନ୍ତି । ସେଥିରୁ ଫୁରସତ୍ ମିଳିଲେ ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି ।
ରାଜେନ୍ଦ୍ରପୁର ପଂଚାୟତରେ ବାଲିି ମାଫିଆଙ୍କ ଆତଙ୍କରାଜ, ବନ୍ଦହେଲା ନିିଲାମ ଘାଟ, ସୁରକ୍ଷା ଦେଇପାରୁନି ପ୍ରଶାସନ
|
March 18, 2019 |



