ରାଜମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Spread the love

ବହଳଦା,୨୭/୧୨/୨୦୨୦ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ବହଳଦା ଥାନା ଅନ୍ତର୍ଗତ ବଡଦୁନ୍ଦୁ ଗ୍ରାମର ଏକ ଭଡାଘର ଭିତରୁ କୋଠାବାଡି କାମ କରୁଥିବା ଜନୈକ ରାଜମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ଆତ୍ମହତ୍ୟାର ନିର୍ଦ୍ଦିଷ୍ଟ କାରଣ ଜଣାପଡି ନାହିଁ । ମୃତକଙ୍କ ନାମ ଆନିକୁଲ ଶେଖ(୩୬) ଓ ତାଙ୍କ ଘର ପଶ୍ଚିମବଙ୍ଗର ମୁଶିର୍ଦାବାଦ ଜିଲାର ଜଙ୍ଗାପୁର‌ ନିକଟବର୍ତ୍ତୀ ଅଉରଙ୍ଗବାଦରେ । ସିଏ ଗତ କିଛି ବର୍ଷ ହେଲା ବହଳଦାରେ ଠିକାଦାରଙ୍କ ପାଖରେ ରାଜମିସ୍ତ୍ରୀ ରୂପେ କାମ କରୁଥିଲେ । ଗତ ଲକଡାଉନ ବେଳେ ସେ ନିଜେ ସାନମାନ ଠିକାଦାରୀ କାମ ଆରମ୍ଭ କରି ବହଳଦା, ଝାଡଗାଁ ଓ ବଡଡାଳିମା ଇଲାକାରେ କିଛି ବେସରକାରୀ ଗୃହନିର୍ମାଣ କାମ କରୁଥିଲେ। ନିକଟରେ ସେ କାମଳ ରୋଗରେ ଆକ୍ରାନ୍ତ ହୋଇ ନିଜ ଗ୍ରାମକୁ ଯାଇ ଚିକିସିତ ହୋଇ ଆସିଥିଲେ। ଘଟଣାର ଖବର ପାଇ ଶନିବାର ସକାଳେ ବହଳଦା ପୁଲିସ ଘଟଣାସ୍ଥରେ ପହଞ୍ଚି ବଡଦୁନ୍ଦୁ ଗ୍ରାମର ସମାଜିକ କର୍ମୀ ମହମ୍ମଦ ଅନରୁଲ ହକ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଭଡାଘରର କବାଟ ଭାଙ୍ଗି ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ । ରାଇରଙ୍ଗପୁର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ମୃତକଙ୍କ ଭଣଜାକୁ ହସ୍ତାନ୍ତର କରାଯାଇଛି । ଖବର ମୁତାବକ ମୃତ ଆନିକୁଲଙ୍କର ପରିବାର ବୋଇଲେ ତାଙ୍କର ବିଧବା । ମାଆ, ପତ୍ନୀ ଓ ଛୋଟ ଛୋଟ ତିନି ପୁଅଝିଅ ଗାଁରେ ଅଛନ୍ତି । ଜଣେ ଦକ୍ଷ ରାଜମିସ୍ତ୍ରୀ ତଥା ଅତ୍ୟନ୍ତ ନମ୍ର ଓ ଶାନ୍ତ ମଣିଷ ରୂପେ ବହଳଦା ବଜାର ଓ ବଡଦୁନ୍ଦୁ ଇଲାକାରେ ଆଦୃତ ଅନିକୁଲଙ୍କ ମୃତ୍ୟୁରେ ଶୋକ ପ୍ରକାଶ ପାଇଛି । ଆତ୍ମହତ୍ୟାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନାହିଁ । ବହଳଦା ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ବହଳଦା ଥାନା ଏଏସଆଇ ହଟନାଥ ନାୟକ ଘଟଣାର ତଦନ୍ତ କରୁଛନ୍ତି ।

 

Related Posts

About The Author

Add Comment