ରାଜଧାନୀରେ ମଧ୍ୟ ‘ଫନି’ ତାଣ୍ଡବରେ ୪ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୪/୫ (ସନ୍ଧାନ ନିୟୁଜ) ରାଜଧାନୀରେ ମଧ୍ୟ ‘ଫନି’ ତାଣ୍ଡବରେ ୪ଜଣଙ୍କ ମୃତ୍ୟୁ ହୋଇଛି। କାନ୍ଥ ପଡ଼ିବାରୁ ଡମଣା ତାରିଣୀ ବସ୍ତିରେ ପ୍ରତାପ ପରିଡ଼ା ନାମକ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ସିରିପୁର ଫାର୍ମ ଗେଟ୍ ନିକଟରେ ଗଛ ପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ବିଭୂତି ପ୍ରଧାନ। ବିଭୂତିଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲ୍ ଅଣାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାରଙ୍ଗ ଅଞ୍ଚଳରେ ନଡ଼ିଆ ଗଛ ପଡ଼ି ବସନ୍ତ ରାଉତ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ରାଜ୍ୟ ସଚିବାଳୟ ପଛପଟେ ଥିବା ଏକ ବସ୍ତିରେ ଗଛ ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ। ସେହିପରି ୟୁନିଟ୍ ୯ ଅଞ୍ଚଳରେ ଗଛ ପଡ଼ିବାରୁ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତି କରାଯାଇଛି। ଏହାବାଦ୍ ୨୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
Related Posts
About The Author