ରାଉରକେଲାରେ ପ୍ରେମ ନିଶାରେ ପ୍ରେମୀଯୁଗଳ: ଜନତା ପ୍ରଭାବିତ, ପ୍ରଶାସନ ବେଫିକର!

Spread the love

ରାଉରକେଲା, ୧୭/୧୧ (ସନ୍ଧାନ ନିୟୁଜ) : ରାଉରକେଲାର  ଅଂଚଳରେ ସମୟକାଟିବାକୁ କୌଣସି ସ୍ଥାୟୀ ପାର୍କ ଏଯାଏ ହୋଇପାରିନାହିଁ । ଏହି ଅଂଚଳରେ ଥିବା ସୋନା ଉଦ୍ୟାନ, ଦେଶାଇ ପାର୍କର ରଙ୍ଗ ଫିକା ପଡ଼ି ଯାଇଥିବା ବେଳେ, କେବଳ ପୁଷ୍ପା ପାର୍କରେ ସ୍ଥାନୀୟ ବାସିନ୍ଦା ସକାଳ ଓ ସଂଧ୍ୟା ସମୟରେ ଭ୍ରମଣ କରିଥାନ୍ତି । ଅପରପକ୍ଷରେ ଯୁବକ ଯୁବତୀ ମାନେ ଅବସର ସମୟ କାଟିବାକୁ ଏଠାରୁ ପ୍ରାୟ ୧୫ କିମି ଦୂର ରାଉରକେଲାର ବିଭିନ୍ନ ପାର୍କକୁ ଯିବା ପ୍ରାୟତଃ ଦୃଷ୍ଟିଗୋଚର ହୋଇଥାଏ । ଅନ୍ୟପକ୍ଷେ କିଛି ଯୁବକ ଯୁବତୀ ଅଂଚଳର ପରିସୀମା ମଧ୍ୟରେ ରହି ମଧ୍ୟ ସମୟ ସମୟରେ ଲକ୍ଷ୍ମଣରେଖା ପାର କରିବା ପରିବାରବର୍ଗକୁ ଚିନ୍ତାରେ ପକାଇଛି । ବର୍ତମାନ ସାରନଗରୀର କିଛି ଅନ୍ଧାରୁଆ ରାସ୍ତା ଓ ନିଛାଟିଆ ଗଳିରେ ସଂଜ ନଇଁଲେ ପ୍ରେମୀ ଯୁଗଳଙ୍କ ଆଡ୍ଡା ଜମୁଥିବା ଅଭିଯୋଗ ହୋଇଛି । ବିଶେଷ  କରି ସୁପରମାର୍କେଟ ରାସ୍ତା, ସାରନଗରୀ ‘ବି’, ସି ବ୍ଲକ, ଉତ୍କଳନଗରରୁ ହାଟିଙ୍ଗଟୋଲା ଯିବା ରାସ୍ତା, ସାରନଗରୀ ବିର୍ସାମୁଣ୍ଡା ବାଳିକା ବିଦ୍ୟାଳୟ ସମ୍ମୁଖ ମାଟି ରାସ୍ତା ଓ ସେକ୍ଟର-୨୨ ମଧ୍ୟରେ ଯାଇଥିବା ଅନେକ ଅନ୍ଧାରୁଆ ରାସ୍ତାରେ ସଂଧ୍ୟାରୁ ବିଳମ୍ବିତ ରାତି ଯାଏ ପ୍ରେମୀଯୁଗଳ ମାନେ ଏକଜୁଟ ହୋଇ ଟାଇମପାସ କରୁଥିବାରୁ ଏହା ରାସ୍ତାରେ ଯାତାୟତ କରୁଥିବା ଅନ୍ୟ ପଥଚାରୀ ମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସ୍ଥାନୀୟଅଂଚଳର  ମହିଳା, ବରିଷ୍ଠ ନାଗରିକ, କୋମଳମତି ଛାତ୍ରଛାତ୍ରୀ ମାନେ ପ୍ରେମୀଯୁଗଳଙ୍କ ଉତ୍ପାତରେ ଦହଗଂଜ ହେଉଛନ୍ତି । ଏହି ପ୍ରେମୀଯୁଗଳ ମାନେ ବିଚ୍ ରାସ୍ତାରେ ବାର୍ତାଳାପ କରିବା ସହିତ ଅସଂଜତ ଅବସ୍ଥାରେ ଯୁବତୀ ମାନେ ରହିବା ସହ ଧୂମପାନ କରିବା ମଧ୍ୟ ଦେଖିôବାକୁ ମିଳୁଛି । ଯାହାକି ସମାଜ ଉପରେ କୁପ୍ରଭାବ ପକାଉଛି । ଏହାକୁ ନେଇ ବୁଦ୍ଧିଜିବୀ ମହଲରେ ତ୍ରୀବ ପ୍ରତିକ୍ରୀୟା ପ୍ରକାଶ ପାଇଛି ।ଏହି ପ୍ରେମୀଯୁଗଳ ମାନଙ୍କ ମଧ୍ୟରେ କଲେଜ ପଢୁଆ ଯୁବକ, ଯୁବତୀ ସହ ଉଦଭ୍ରାନ୍ତ ଯୁବକ ମାନେ ରହୁଥିବା ଜଣାପଡ଼ିଛି । ସମୟ ସମୟରେ ପ୍ରେମୀଯୁଗଳ ମାନଙ୍କୁ ଅସାମାଜିକ ଯୁବକ ମାନଙ୍କ ଅତ୍ୟାଚାର ମଧ୍ୟ ସହ୍ୟ କରିବାକୁ ପଡ଼ିଥାଏ । ସମସ୍ତ ଅନ୍ଧାରୁଆ ରାସ୍ତା ଓ ଗଳି ଗୁଡ଼ିକରେ ଆଲୋକ ବ୍ୟବସ୍ଥା ଓ ପ୍ରେମୀ ଯୁଗଳଙ୍କ ଉପରେ ପୁଲିସ ଲଗାମ କଷିବାକୁ ସ୍ଥାନୀୟ ଅଂଚଳାବାସୀଙ୍କ ପକ୍ଷରୁ ଦାବି ହୋଇଛି ।

 

 

 

 

 

 

 

 

 

 

 

 

 

 

 

 

 

Related Posts

About The Author

Add Comment