ରାଉରକେଲ, ୨୧/୧୨ (ସନ୍ଧାନ ନିଉଜ/ସୁବୋଧ ନାୟକ) : କଟକର ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ ପାଇଁ ଟିମ୍ ଇଣ୍ଡିଆ ପହଞ୍ଚି ଥିବା ବେଳେ ରାଉରକେଲାରୁ 100ରୁ ଉର୍ଧ ବ୍ୟକ୍ତି କଟକ ମୁହାଁ ହୋଇଥିବା ଜଣାପଡିଛି । ରାଉରକେଲା ରେ ଏବେ ଠାରୁ କ୍ରିକେଟ ଫିଭର ବାରି ହୋଇ ପଡୁଛି ବାରବାଟୀରେ ଖେଳାଳିଙ୍କୁ ଓସିଏ ପକ୍ଷରୁ ସ୍ବାଗତ କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ସ୍ୱତନ୍ତ୍ର ବସ୍ ଯୋଗେ ଭୁବନେଶ୍ବରରୁ ଟିମ୍ ଇଣ୍ଡିଆକୁ ବାରବାଟୀ ଷ୍ଟାଡିୟମକୁ ନିଆଯାଇଥିଲା। ଆଉ କିଛି ସମୟ ପରେ ବାରବାଟୀରେ ଟିମ୍ ଇଣ୍ଡିଆ ଅଭ୍ୟାସ ଆରମ୍ଭ କରିବ ବୋଲି ଜଣାଯାଇଛି। ଅପରାହ୍ନ ୧ଟା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ଅଭ୍ୟାସ ଚାଲିବ। ଏହାପରେ ୱେଷ୍ଟଇଣ୍ତିଜ ଟିମ୍ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ। ସୂଚନାଯୋଗ୍ୟ,ଆସନ୍ତାକାଲି ଭାରତ ଓ ୱେଷ୍ଟଇଣ୍ତିଜ ମଧ୍ୟରେ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ।
ରାଉରକେଲାରେ କ୍ରିକେଟ ଫିଭର: ବାରବାଟୀ ମୁହାଁ କ୍ରିକେଟ ପ୍ରେମୀ
|
December 21, 2019 |