ରାଉରକେଲାରେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟଣା: କଲେଜ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ

Spread the love

ରାଉରକେଲା୧୮/୫ (ସନ୍ଧାନ ନିୟୁଜ) : ବିଦ୍ୟୁତ ମରାମତି ପାଇଁ ଭୁବନେଶ୍ବର ଆସିଥିବା ଜଣେ ଆଇଟିଆଇ ଛାତ୍ରଙ୍କ ଗତ ବୁଧବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ରାଉରକେଲା ସରକାରୀ ଆଇଟିଆଇ କଲେଜ ସମ୍ମୁଖରେ ଆଜି ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ମୃତ ଛାତ୍ରଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା, ଜଣଙ୍କୁ ସରକାରୀ ଚାକିରି ଦେବା ଦାବିରେ ଛାତ୍ରଛାତ୍ରୀମାନେ ଧାରଣ ଦେଇଥିବା ଜଣାପଡିଛି। ମୃତକ ହେଉଛନ୍ତି ରାଉରକେଲା ସରକାରୀ ଆଇଟିଆଇ କଲେଜର ଛାତ୍ର ଭାସ୍କର ସାହୁ।

ପ୍ରକାଶଥାଉକି , କଲେଜର ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଛାତ୍ର ବିଦ୍ୟୁତ ମରାମତି ପାଇଁ ବୁଧବାର ଦିନ ଭୁବନେଶ୍ୱର ଆସିଥିଲେ। ରାତିରେ ସେମାନେ ଟ୍ରେନରେ ଫେରୁଥିବା ବେଳେ ଭାସ୍କର ଖସି ପଡିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Report- Amit Nayak, Rourkela

Related Posts

About The Author

Add Comment