ରାଉରକେଲା: ମହାସମାରୋହରେ ଦେବଶିଳ୍ପୀଙ୍କ ପୂଜା ପାଳିତ

Spread the love

ରାଉରକେଲା, ୧୮/୯ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ରାଉରକେଲାର ସାରନଗରୀ ସମେତ ଲାଠିକଟା,ଜଲଦା,ଆଇଡ଼ିଏଲ,ବାଲିଯୋଡ଼ି ଆଦିରେ ଥିବା ବୈଷୟିକ ଛୋଟ ବଡ଼ ଶିକ୍ଷାନୁଷ୍ଠାନରେ ଆୟୋଜିତ ହୋଇଯାଇଛି । ଦକ୍ଷିଣ ରାଉରକେଲାର ବିଭିନ୍ନ କ୍ଷୁଦ୍ର ଶିଳ୍ପାନୁଷ୍ଠାନ,ଗ୍ୟାରେଜ,ପେଟ୍ରୋଲ ପମ୍ପ, ଗାଡ଼ି ସ୍ପେୟାର ପାର୍ଟସ ଦୋକାନ ଆଦି ଗୁଡ଼ିକରେ ମଧ୍ୟ ବିଶ୍ୱକର୍ମା ପୂଜାର ଆୟୋଜନ କରାଯାଇ ଦେବଶିଳ୍ପୀଙ୍କୁ ଆବାହନ କରାଯାଇଥିଲା । ବିଶେଷ କରି ଏହି ଅଂଚଳରେ ବସବାସ କରୁଥିବା ବୈଷୟିକ ଛାତ୍ରଛାତ୍ରୀମାନେ ଏହି ପୂଜାକୁ ଜାକଜମକରେ ପାଳନ କରିଥିଲେ । ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଫଟିଲାଇଜର ଟାଉନ ମେଂଟନାନସ,ସାରନଗରୀ ମା ମଙ୍ଗଳା ଛକ,ରଙ୍ଗିଲା ଛକ,ମଡ଼ର୍ଣ୍ଣଇଣ୍ଡିଆ,ନବକୃଷ୍ଣନଗର,ସୋନାପର୍ବତ,ଅସୁରଛାପଲ,ରାମଯୋଡ଼ି ଆଦି ଗ୍ରାମାଂଚଳରେ ଉକ୍ତ ପୂଜା ପାଳନ କରାଯାଇଥିଲା ।

Related Posts

About The Author

Add Comment