ରାଇରଙ୍ଗପୁର ରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ସେ ପାଳିତ

Spread the love

ରାଇରଙ୍ଗପୁର-୫/୧୨/୨୦୨୧(ସନ୍ଧାନ ନ୍ୟୁଜ୍) ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜୁନିୟର ମାନଙ୍କୁ ନେଇ,ବି.ଆ.ସି.ସି.ସମ୍ନୀଳନୀ କକ୍ଷରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଛି।ଦିବ୍ୟାଙ୍ଗ ସମ୍ବଳ ଶିକ୍ଷକ ମହେଶ ମହାପାତ୍ର ଙ୍କ ଆୟୋଜିତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ଯୋଗଦେଇ ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହିରାଲି ପି.ସି.ଏମ.ପ୍ରାଥମିକ ବିଦ୍ୟାଳୟ ରୁ ବାହାରି ସହର ପରିକ୍ରମା କରିବା ସହିତ ଛାତ୍ର.ଛାତ୍ରୀ ମାନେ ପ୍ଲାକାର୍ଡ ଧରି ବିଭିନ୍ନ ସଚେତନତା ଧର୍ମା ସ୍ଲୋଗାନ ପ୍ରଦାନ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ବି.ଆର.ସି.ସି.ସମ୍ମିଳନୀ କକ୍ଷରେ ମୁଖ୍ୟ ଅତିଥି ଭାବେ ବି.ଇ.ଅ.(ବରିଷ୍ଠ) ପ୍ରକାଶ ଚନ୍ଦ୍ର ମହାଳିକ ଯୋଗଦେଇ ଦିବ୍ୟାଙ୍ଗ ପିଲାମାନେ ମଧ୍ୟ କାହାଠାରୁ କମ ନୁହନ୍ତି ବୋଲି ପ୍ରକାଶ କରିଥିଲେ। ଏଥିରେ କାଉନ ସେଲର ଇନ୍ଦିରା ସାହୁ ସିଂ.ଆର.ସି.ସି.ମନରଞ୍ଜନ ମଣ୍ଡଳ, ଶିକ୍ଷକ ସତ୍ୟନାରାୟଣ ବେହେରା,ଅଭୟ ଗିରି, ଉର୍ମିଳା ପାଣି, ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁସଫଳ କରାଇ ଥିଲେ। କାର୍ଯ୍ୟକ୍ରମ ରେ ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରକାରର ଚିତ୍ରାଙ୍କନ,ନାଚ ଗିତ,ମ୍ୟୁଜିକଚେୟାର ପ୍ରତିଯୋଗୀତା ପ୍ରସ୍ତୁତି କରାଯାଇଥିଲା। ଶେଷରେ ବି.ଆର.ଟି.ସାଗରିକା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Related Posts

About The Author

Add Comment