ଯାଜପୁର, ୨୯/୦୬/୨୦୨୧ (ସନ୍ଧାନ ନିଉଜ) : ରସୁଲପୁର ପ୍ରେସ୍ଫୋରମ ପକ୍ଷରୁ ବରିଷ୍ଟ ସାମ୍ବାଦିକ ଜିମ୍ବୁତ ମଙ୍ଗରାଜଙ୍କ ସଡ଼କ ଦୃଘଟଣାରେ ମୃତୁ୍ୟ ଘଟିଥିବା ବେଳେ ସେହିପରି ପୁରୀଜିଲ୍ଲା ଡେଲାଙ୍ଗରେ ଯୁବ ସାମ୍ବାଦିକ ନିୟଜ-୭ ଏବସ ପ୍ରମେୟର ଯୁବ ସାମ୍ବାଦି ବ୍ରେନ୍ ଷ୍ଟୋକ୍ରେ ମୃତୁ୍ୟ ଘଟିଥିବା ବେଳେ, ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଚି । ବରିଷ୍ଟ ସାମ୍ବାଦିକ ଜିମ୍ବୁତ୍ ମଙ୍ଗରାଜ ସ୍ତମ୍ବକାର ନିଜ ମାଙ୍କପାଇଁ ଔଷଧ ନେଇ ଭୂବନେଶ୍ୱରକୁ ଫେରୁଥିବା ବେଳେ, ତାଙ୍କ ସ୍କୁଟିକୁ ଏକ ଅଜଣା ଗାଡ଼ି ଧକ୍କାଦେଇ ଚଢ଼ିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ତାଙ୍କ ମୃତୁ୍ୟରେ ରସୁଲପୁର ପ୍ରେସ୍ଫୋରମ ସଭାପତି ଅଂଜନ କୁମାର ପତି ସାମ୍ବାଦି ଜଗମୋହନ ରାଉତ, ଉପଦେଷ୍ଟା ମଣ୍ଡଳୀର ବରିଷ୍ଟ ସାମ୍ବାଦି ଦେବପ୍ରଶନ୍ନ ରାଉତ ବରିଷ୍ଟ ସାମ୍ବାଦିକ ରଂଜିତ କୁମାର ରାଉତ, ସାମ୍ବାଦିକ ସ୍ମୃତିରଂଜନ ରାଉତ, କୋଷାଦକ୍ଷ ବାପୁଜୀ ଜେନା, ବରିଷ୍ଟ ସଭ୍ୟ ପ୍ରକାଶ ସାହୁ, ସାମ୍ବାଦିକ ଗୋପିନାଥ ଦାଶ, ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଅକ୍କତର ଅଲ୍ଲୀଖାଁନ, ରସୁଲପୁର ପ୍ରେସ୍ଫୋରମର ସମସ୍ଥ ସଦସ୍ୟମାନେ ଦୁଃଖ ପ୍ରକାଶ କରିବା ସହିତ ଦୁଇ ସାମ୍ବାଦକିଙ୍କ ଆତ୍ମାର ସଦ୍ଗତି ହେଉ ବୋଲି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ତାଙ୍କ ପରିବାରଙ୍କୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ଜଗନ୍ନାଥଙ୍କ ନିକଟରେ ସଦସ୍ୟମାନେ ପ୍ରାର୍ଥନା କରିଥିଲେ ।
ରସଲୁପୁର ପ୍ରେସ୍ଫୋରମ୍ ପକ୍ଷରୁ ଦୁଇ ସାମ୍ବାଦିକଙ୍କ ବିୟୋଗରେ ଶୋକ
|
June 30, 2021 |