ରଥ ଟଣା ବେଳେ ଘଟିଲା ଅଘଟଣ: ୨ ମୃତ ୭ ଆହତ

Spread the love
ଯାଜପୁର, ୪/୭ (ସନ୍ଧାନ ନିୟୁଜ ) ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଟାଟା ମାଇନସ କଲୋନୀରେ ରଥଟଣା ବେଳେ ଲୌହ ନିର୍ମିତ ରଥଟି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବା ଫଳରେ ରଥରେ ନିଆଁ ଲାଗିଯିବା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ମଧ୍ୟ ଆହତ ହୋଇଛନ୍ତି ! ରଥ ଟଣା ସମୟରେ ରଥଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯିବାରୁ ରଥଟି ଚାର୍ଜ ହୋଇଯାଇଥିଲା । ଯାହାଫଳରେ ରଥଟି ଜଳିବା ସହ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୭ ଗୁରୁତର ଭାବେ ଆହତ ହୋଇଛନ୍ତି, ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ବରଣ କରିଥିବା  ବ୍ୟକ୍ତିଙ୍କ ନାମ ସୁଚିତ୍ରା ଲେଙ୍କା ଏବଂ ଭରତ ରାୟ ବୋଲି ଜଣାପଡିଛି
Report- Manas Kumar Rout

Related Posts

About The Author

Add Comment