ରଘୁନାଥପୁର ଗାଁରେ ପୋଲମୁହଁରେ ଘାଇ ଯାତାୟାତ ବାଧାପ୍ରାପ୍ତ।

Spread the love

ଯାଜପୁର /୫/୯(ସନ୍ଧାନ ନିୟୁଜ):(ସାଗରୀକା ଦଳାଇ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ବୃନ୍ଦାଦେଇପୁର ପଞ୍ଚାୟତ ରଘୁନାଥପୁର ଗାଁ ରେ ଥିବା ପୋଲ ମୁହଁରେ ଘାଇ ସୃଷ୍ଟି ହୋଇଛି। ଯାହାକି ଭବିଷ୍ୟତରେ ପୋଲ ଭୁଶୁଡ଼ି ବିପଦ ସୃଷ୍ଟି କରି ପାରେ। ଲଗାଣ ବର୍ଷା କାରଣରୁ ଅତ୍ୟଧିକ ଜଳ ନିଷ୍କାସନ ହୋଇ ନ ପାରି ଏହି ସମସ୍ୟା ସୃଷ୍ଟି ହୋଇଛି। ପ୍ରାୟ ୩୦ ଫୁଟ ଲମ୍ବ ଏବଂ ୧୫ ଫୁଟ ଚଉଡା ଏହି ପୋଲ ଉପରେ ଦୈନିକ ହଜାର ହଜାର ଲୋକ ଯିବା ଆସିବା କରନ୍ତି।ସ୍ଥାନୀୟ ଦଣ୍ଡାଘାଟି, ଗୋଡ଼ିପାଟିଆ,କୃଷ୍ଣଚନ୍ଦ୍ର ପୁର, ତରାସ ଆଦି ବିଭିନ୍ନ ଗ୍ରାମର ଲୋକମାନେ ଏହି ରାସ୍ତା ଉପରେ ନିର୍ଭରଶୀଳ। ଦୀର୍ଘ ପ୍ରାୟ ୩୫ ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି ପୋଲ ନିର୍ମାଣ କରାଯାଇଥିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଏହା ଦୀର୍ଘ ବର୍ଷର ହୋଇଥିବାରୁ ଏହାର ସ୍ଥାୟୀତ୍ୱକୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ଏହାର ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Related Posts

About The Author

Add Comment