ରକ୍ତ ମୁଖା ହେଲା ମଣିଷ ଖିଆ ଭାଲୁ

Spread the love

ନୀଳଗିରି, ୦୩.୦୨.୨୦୨୧ (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ରକ୍ତ ମୁଖା ହେଲା ମଣିଷ ଖିଆ ଭାଲୁ। ନୀଳଗିରି ମିତ୍ରପୁର ଅଞ୍ଚଳରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ଭାଲୁ। ଏହି ଆକ୍ରମଣରେ ଜଣେ ଶିଶୁ ସମେତ ୫ ଜଣ ଗୁରୁତର। ଗୁରୁତରଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କାଟପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମିତ୍ରପୁର ଅଞ୍ଚଳରେ ଜଣେ ମହିଳା ଓ ୩ ପୁରୁଷଙ୍କ ସମେତ ଜଣେ ୯ ବର୍ଷର ଶିଶୁକନ୍ୟାକୁ ବି ଆକ୍ରମଣ କରି ଗୁରୁତର କରିଛି ରକ୍ତ ମୁଖା ଭାଲୁ। ଗୁରୁତର ହୋଇଥିବା ବ୍ୟକ୍ତିମାନେ ହେଲେ ଲଛମନ ସିଂ, ଭାରତୀ ପାତ୍ର, ସୁକୁରା ସିଂ, କିଶୋର ସିଂ ଓ ଶିଶୁ ଜଲି ପାତ୍ର । ସ୍ଥାନୀୟ ବନ ବିଭାଗର କର୍ମଚାରୀ ହସ୍ପିଟାଲରେ ପହଞ୍ଚି ଗୁରୁତରମାନଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ମଧ୍ୟ ନୀଳଗିରି ଅଞ୍ଚଳରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି।

Related Posts

About The Author

Add Comment