ଯୋଧପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୧୩ ମୃତ

Spread the love

ଯୋଧପୁର, ୨୭/୯ (ସନ୍ଧାନ ନିଉଜ) : ରାଜସ୍ଥାନର ଯୋଧପୁରରେ ଶୁକ୍ରବାର ଅପରାହ୍ନରେ ଏକ ସର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ବାଲେସର ଥାନା ଅଞ୍ଚଳରେ ଘଟିଛି। ୧୨୫ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଏକ ସିଟି ବସ୍‌ ଟାୟର ଫାଟିବା କାରଣରୁ ସାମ୍ନାରୁ ଆସୁଥିବା ଏକ ଜିପ୍ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲକୁ ପଠାଯାଉଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରି ରହିଛି।

Related Posts

About The Author

Add Comment