ଯୋଗୀ କ୍ୟାବିନେଟ୍ ୨.୦: ଜାଣନ୍ତୁ କିଏ ହେଲେ ଇନ୍ ଆଉ କିଏ ହେଲେ ଆଉଟ୍‌

Spread the love

ପ୍ରୟାଗରାଜ, ୨୫/ ୦୩ (ସନ୍ଧାନ ନିଉଜ): ଆଜି ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଏହା ସହିତ ଯୋଗୀ କ୍ୟାବିନେଟ୍ ୨.୦ ମଧ୍ୟ ଆରମ୍ଭ ହୋଇଛି ।

ୟୁପିରେ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୫୨ ନେତା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ବାରାଣାସୀରୁ ତିନିଜଣ ମନ୍ତ୍ରୀ କ୍ୟାବିନେଟ୍‌ରେ ସାମିଲ ହୋଇଛନ୍ତି ।

ଉପ-ମୁଖ୍ୟମନ୍ତ୍ରୀ ଭାବେ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ଶପଥ ଗ୍ରହଣ କରିଛନ୍ତି । ୟୁପି କ୍ୟାବିନେଟ୍‌ରେ ୧୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ୧୪ ଜଣ ରାଜ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ରଭାର ଓ ୨୦ ଜଣ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।

ଏଥର କ୍ୟାବିନେଟ୍‌ରେ ବହୁ ନୂଆ ମୁହଁ ଦେଖିବାକୁ ମିଳିଥିବା କିଛି ମନ୍ତ୍ରୀଙ୍କ ହାତରୁ ମନ୍ତ୍ରୀପଦ ଖସିଛି ତେବେ ଜାଣନ୍ତୁ ଯୋଗୀ କ୍ୟାବିନେଟ୍ ୨.୦ରେ ପୁରା ୫୨ ଜଣଙ୍କ ତାଲିକା କିଏ ହେଲେ ଇନ୍ ଓ କିଏ ହେଲେ ଆଉଟ୍ ।

Related Posts

About The Author

Add Comment