ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର

Spread the love

ବୀରମହାରାଜପୁର : ୧୧/୪/୨୬ (ସନ୍ଧାନ ନ୍ୟୁଜ )  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶୁକ୍ରବାର ଏକ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମିତ୍ରି ସାହୁ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଥିଲେ । ଜୀବନରେ ଯୋଗର ଆବଶ୍ୟକତା ତଥା ଶିକ୍ଷା ଓ ସମାଜରେ ଯୋଗର ବିଶେଷ ଭୂମିକା ରହିଛି ବୋଲି ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ଅନ୍ୟତମ ଶିକ୍ଷକ କେଶବ ନାୟକ ଯୋଗ ଅବାଳ ବୃଦ୍ଧବନିତା ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ବୋଲି ପ୍ରକାଶ କରିଥିଲେ। ଶିବିରରେ ଯୋଗ ଶିକ୍ଷକ ଦିନେଶ ବିଶ୍ଵାଲ ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ମାନଙ୍କୁ ସୂକ୍ଷ୍ମ ବ୍ୟାୟାମ, ଆସନ ତଥା ପ୍ରାଣାୟମ ର ଅଭ୍ୟାସ କରେଇ ଥିଲେ । ଶେଷରେ ଶିକ୍ଷକ ସହଦେବ ମେହେର ଉପସ୍ଥିତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ୍ ଦେବା ସହ ସବୁ ଦିନ ଯୋଗ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

Related Posts

About The Author

Add Comment