ଯୁବକଙ୍କୁ ପଥରରେ ଛେଚି ହତ୍ୟା
ରାଉରକେଲା ୨୨/୫ (ସନ୍ଧାନ ନିୟୁଜ) : ବୀରମିତ୍ରପୁର ତେଲି ମାର୍କେଟ ଠାରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ପଥରେ ଛେଚି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଯୁବକ ଜଣକ ବିଭିନ୍ନ ହୋଟେଲକୁ ପାଣି ଯୋଗାଇ ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। ତେବେ ତାଙ୍କୁ କିଏ ହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Report Amit Nayak
Related Posts
About The Author