ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ

Spread the love

ବାଲେଶ୍ୱର ୧୪ /୩ (ସନ୍ଧାନ ନିୟୁଜ): ବାଲେଶ୍ୱର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ କିଛି ସମୟ ଧରି ସୁନହଟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୁନହଟ ଛକରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ମୃତ ବ୍ୟକ୍ତିଙ୍କ ନାଁ ସେକ୍ ଆସିରୁଦ୍ଦିନ୍‌।

ସେ ଗାଡ଼ି ଚଲାଇ ପରିବାର ଚଳାଉଥିଲେ। ସେ ବାଲେଶ୍ୱର ସହରର ସୁନହଟ ଅଞ୍ଚଳରେ ରହୁଥିଲେ। ଆଜି ସକାଳେ ଆସିରୁଦ୍ଦିନ୍‌ଙ୍କ ମୃତଦେହ ଡାକ୍ତରଖାନା ପରିସରରେ ଥିବା ଏକ ବେଲ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ଏ ନେଇ ପୁଲିସ୍‌କୁ ଖବର ଦେଇଥିଲେ। ତେବେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବାରେ ବିଳମ୍ୱ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ସୁନହଟ ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।ଟାଉନ୍‌ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଘଟଣାର ସତ୍ୟାସତ୍ୟ ବାହାର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ପରେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Report- R sapathy

Related Posts

About The Author

Add Comment