ଧର୍ମଶାଳା, ୦୪/୧୨ (ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଆରୁହା ପଂଚାୟତ ଯାବରାତଳୀ ଗ୍ରାମରେ କୁମ୍ବକାର ସମ୍ପ୍ରଦାୟ ପକ୍ଷରୁ କୁରାଳପଂଚମୀ ଉତ୍ସବ ଆଡମ୍ବର ସହକାରେ ପାଳିତ ହେଉଛି । ଏଠାରେ ଲକ୍ଷ୍ମୀନାରାୟଣ ଜଗନ୍ନାଥ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ମୁର୍ଣ୍ଣୟୀ ମୂର୍ତ୍ଥି କରାଯାଇ ପୂଜାର୍ଚ୍ଚନା କରାଯିବା ସହିତ ପୂଜାମଣ୍ଡପକୁ ଆଲୋକ ସଜ୍ଜାରେ ଝଲସି ଉଠୁଛି । ଏଠାରେ ବାସ କରୁଥିବା କୁମ୍ବକାର ପରିବାର ପକ୍ଷରୁ କୁମ୍ବ, ଚକ, ପିଣ୍ଡ, ପିଟଣା, ସୂତା ଆଦି ପୂଜା କରାଯାଉଥିବା ବେଳେ ଏହି ପର୍ବ ମାର୍ଗଶିର ମାସ ଶୁକ୍ଳପକ୍ଷରେ ଆରମ୍ଭ ହୋଇ ଦଶମି ତିଥିରେ ସମାପନ ହେବାର ବିଧି ରହିଛି । ଏହି ଦିବସ ମାନଙ୍କରେ କୁମ୍ବାର ପରିବାର ନିଜର କୁଳବେଉସା ହାଣ୍ଡି ମାଠିଆ ଆଦି ତିଆରି କରନ୍ତି ନାହିଁ । ପ୍ରତ୍ୟହ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆମୋଦପ୍ରମୋଦ କରିବା ସହିତ ପ୍ରତ୍ୟକ ସଂଧ୍ୟାରେ ପୂଜା ମଣ୍ଡପ ନିକଟରେ ବହୁ ବକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ।
Related Posts
ରାଜ୍ୟରେ ଆଜି ୧୦୭୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୯୮୩୫ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ପ୍ରମୁଖଙ୍କ ସମାଧପୀଠ ସ୍ଥାନାନ୍ତର ଉଦାମକୁ ବର୍ଷେ ପୁରିଲା:ଭଞ୍ଜସେନା ପକ୍ଷରୁ କଳାଦିବସ ପାଳିତ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ
କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ ହେଲେ ଦୁଇ ଯୁବ ସମାଜସେବୀ ପପିନା ବେହେରା ଆଉ ସତ୍ୟବ୍ରତ ଭୋଇ : ସାଧାରଣରେ ଉଚ୍ଚ ପ୍ରଶଂସା



