ଯାତ୍ରୀଙ୍କ ସିଗାରେଟ୍‌ ପିଇବା ନିଶାକୁ ଦେଖି ଯାତ୍ରା ଆରମ୍ଭ କରିସାରିଥିବା ବିମାନକୁ ପୁଣି ଦିଲ୍ଲୀରେ ଅବତରଣ କରିବାକୁ ପଡ଼ିଲା

Spread the love

ନୂଆଦିଲ୍ଲୀ,୨୨/୧୨(ସନ୍ଧାନ ନିୟୁଜ)  : ଆପଣ କେବେ ଶୁଣିଛନ୍ତି କି ବିମାନରେ ବସିଥିବା ଯାତ୍ରୀଙ୍କ ସିଗାରେଟ୍‌ ପିଇବାର ନିଶା ପାଇଁ ବିମାନ ବିଳମ୍ବରେ ଯାତ୍ରା ଆରମ୍ଭ କରିଥିବା । ଆଜ୍ଞା ହିଁ, ଯାତ୍ରୀଙ୍କ ସିଗାରେଟ ପିଇବା ନିଶା ପାଇଁ ଯାତ୍ରା ଆରମ୍ଭ କରି ସାରିଥିବା ଭିସ୍ତାରା ଏୟାରଲାଇନର ବିମାନକୁ ପୁଣି ଥରେ ବିମାନ ବନ୍ଦରରେ ଓଡ୍ଲାଇବାକୁ ପଡ଼ିଥିଲା। ଦିଲ୍ଲୀ ଇନ୍ଦିରାଗାନ୍ଧି ବିମାନ ବନ୍ଦରରେ ଏଭଳି ଘଟଣା ଅମୃତସର-ଦିଲ୍ଲୀ-କୋଲକତା ବିମାନରେ ଦେଖିବାକୁ ମିଳିଛି।

ଶୁକ୍ରବାର ସନ୍ଧ୍ୟାରେ ଇନ୍ଦିରାଗାନ୍ଧି ବିମାନ ବନ୍ଦରର ଦିଲ୍ଲୀରୁ ବିମାନ ସଂଖ୍ୟା ୟୁକେ୭୦୭ କୋଲକତା ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ରନ୍‌େଓ୍ଵ ପହଞ୍ଚିଥିଲା। ସେତିକି ବେଳେ ଜଣେ ଯାତ୍ରୀ ବିମାନରେ ସିଗାରେଟ୍‌ ପିଇବାକୁ ହଙ୍ଗାମା ସୃଷ୍ଟି କରିଥିଲା। କ୍ରିୟୁ ମେମ୍ବର୍ସ ଯାତ୍ରୀଙ୍କୁ ବହୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ, ହେଲେ ଉକ୍ତ ଯାତ୍ରୀ ଜଣକ ସିଗାରେଟ୍‌ ନପିଇଲେ କୋଲକତା ଯିବ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ।

ଶେଷରେ ଯାତ୍ରୀଙ୍କ ଏଭଳି ଜିଦ୍‌ ଯୋଗୁଁ ବିମାନକୁ ପୁଣି ଫେରାଇ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରାଇବାକୁ ପଡ଼ିଥିଲା। ଏହି କାରଣରୁ ସେହି ବିମାନରେ ବସିଥିବା ଅନ୍ୟ ଯାତ୍ରୀଙ୍କ ଯାତ୍ରା ବିଳମ୍ବ ହେବା ସହିତ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କାରଣ ବିମାନଟି ଯେତେବେଳେ ଦିଲ୍ଲୀରେ ଓହ୍ଲାଇ ଥିଲା ପୁଣିଥିରେ ଉଡିବାକୁ ୩ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ରାତି ପ୍ରାୟ ୧୧ଟା ସମୟରେ ଏହି ବିମାନଟି କୋଲକାତାରେ ପହଞ୍ଚିଥିଲା।

Related Posts

About The Author

Add Comment