ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ : ଏବେ ଅନଲାଇନରେ ବୁକ କରି ପାରିବେ ଅଣଆରକ୍ଷିତ ଟିକଟ

Spread the love
  • ଭାରତୀୟ ରେଳ ଜାରି କଲେ ଆପ

    ନୂଆଦିଲ୍ଲୀ ୧୪/୬(ସନ୍ଧାନ ନିୟୁଜ) ଟ୍ରେନରେ ରିଜର୍ଭେସନ ପାଇଁ ରେଲୱେ ଅନେକ ସୁବିଧା ଦେଇଛି କିନ୍ତୁ ଏବେ ସେହି ଲୋକମାନଙ୍କର ପାଇଁ ବିଶେଷ ସୁବିଧା ଆରମ୍ଭ କରାଯାଇଛି ଯେଉଁମାନଙ୍କୁ ଅଣଆରକ୍ଷିତ କିମ୍ବା ଜେନେରାଲ ଟିକଟ ନେବାକୁ ପଡ଼ିଥାଏ। ଏଥିପାଇଁ ରେଲୱେ ଏକ ଆପ ଜାରି କରିଛନ୍ତି ଯାହାର ସହାୟତାରେ ଏବେ ଯାତ୍ରୀ ଅଣଆରକ୍ଷିତ ଟିକଟ ବୁକ କରିପାରିବେ।

    ଭାରତୀୟ ରେଳ ଦ୍ଵାରା ଜାରି ଏକ ବିଜ୍ଞପ୍ତି ଅନୁସାରେ ଏହି ଆପ ସାଧାରଣ ଏବଂ ପ୍ଲାଟଫର୍ମ ଟିକଟର ନବୀନୀକରଣ ବ୍ୟତୀତ ଆରୱାଲେଟର ବାକୀ ରାଶି ଦେଖିବା, ଅପଡେଟ କରିବା ବ୍ୟତୀତ ନିଜର ପ୍ରୋଫାଇଲ ମ୍ୟାନେଜମେଣ୍ଟ ଏବଂ ବୁକିଙ୍ଗ ହିଷ୍ଟ୍ରୀ ଦେଖିବାର ସୁବିଧା ଦେବ।

    ସୂଚନା ଅନୁସାରେ ଭାରତୀୟ ରେଳର ସୂଚନା ପ୍ରଣାଲୀ କେନ୍ଦ୍ର (ସିଆରଆଇଏସ) ୟୁଟିଏସ ଅନ ମୋବାଇଲ ନାମକ ଆପ ବିକଶିତ କରିଛି। ଏହି ଆପ ଗୁଗୁଲ ପ୍ଲେ ଷ୍ଟୋର ଏବଂ ୱିଡୋଜ ଷ୍ଟୋରରୁ ଡାଉନଲୋଡ କରିପାରିବେ। ଭାରତୀୟ ରେଳ ଦ୍ଵାରା ଏହି ଆପର ଉପଯୋଗର ସୂଚନା ଦିଆଯାଇଛି।

    ଏହା ଅନୁସାରେ ୟୁଜରକୁ ଏଥିରେ ନିଜର ମୋବାଇଲ ନମ୍ବର, ନାମ, ସହର, ଟିକଟର ପ୍ରକାର, କ୍ଲାସ, ଯାତ୍ରୀମାନଙ୍କର ସଂଖ୍ୟା ଏବଂଯେଉଁ ରୁଟରେ ଯାତ୍ରା କରବେ ତାହାର ସୂଚନା ଦେବାକୁ ହେବ। ରଜିଷ୍ଟ୍ରେସନ ସହିତ ହିଁ ତାଙ୍କର ଜିରୋ ବାଲାନ୍ସ ସହିତ ଆର-ୱାଲେଟ ଆକ୍ଟିଭେଟ ହୋଇଯିବ ଏବଂ ଯାତ୍ରିମାନଙ୍କୁ ଏଥିପାଇଁ କୌଣସି ଅଲଗା ଚାର୍ଜ ଦେବାକୁ ପଡ଼ିବ ନାହିଁ।

    ଆର-ୱାଲେଟକୁ ୟୁଜର କୌଣସି ମଧ୍ୟ ୟୁଟିଏସ କାଉଣ୍ଟର କିମ୍ବା ୱେବସାଇଟରେ ରିଚାର୍ଜ କରିପାରିବେ। ଏହି ଆପର ଫାଇଦା ଏହା ହେବ କି ଯାତ୍ରୀ ବିନା ଟିକଟର ପ୍ରିଣ୍ଟ ନେଇ ଯାତ୍ରା କରିପାରିବେ ଏବଂ ଟ୍ରେନରେ ଟିକଟ ମାଗିଲେ ଆପରେ ଆପଣ ଦେଖାଇପାରିବେ।

    Report from Odiapua

Related Posts

About The Author

Add Comment