ଯାଜପୁରରେ ୩୫ ଜଣ ବାହାରୁ ଆସିଥିବା ବ୍ୟକ୍ତି ପଞ୍ଜିକରଣ ହୋଇନାହାନ୍ତି

Spread the love

ଯାଜପୁର, ୨୨/୩ (ସନ୍ଧାନ ନିୟୁଜ/ମାନସ ରାଉତ) ରାଜ୍ୟ ସରକାର କୋଭିଡ-୧୯ ର ମୁକାବିଲା କରିବା ପାଇଁ ରାଜ୍ୟ ବାହାର ତଥା ଭାରତ ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ପଞ୍ଜିକରଣ ଏବଂ ୧୫୦୦୦ ପ୍ରୋସôାହନ ରାଶି କରିବା ପରେ ମଧ୍ୟ କେତେକ ବ୍ୟକ୍ତି ପଞ୍ଜିକରଣ କରୁନଥିବା ଦେଖାଯାଇଛି । ଏହି କ୍ରମରେ ଯାଜପୁର ଜିଲ୍ଲାରେ ୩୫ଜଣ ଏଥିର ପଞ୍ଜିକରଣ କରିନଥିବା ଜିଲ୍ଲାଚିକିସôା ଅଧିକାରୀଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ଜିଲ୍ଲାରୁ ବଡଚଣାରୁ ୨୦ ବାହାରୁ ଆସିଥିବା ବେଳେ ୧୫ଜଣ ପଞ୍ଜିକରଣ କରିଥିବା ବେଳେ ୫ଜଣ ପଞ୍ଜିକରଣ କରିନାହାନ୍ତି । ସେହିପରି ବରୀରେ ୧୧୭ରୁ ୧୧୧ ପଞ୍ଜିକରଣ କରିଛନ୍ତି । ଅନ୍ୟ ୫ଜଣ ବରୀରେ ମଧ୍ୟ ପଞ୍ଜିକରଣ କରିନାହାନ୍ତି । ବିଞ୍ଜାରପୁରରେ ୩୧ରୁ ୨୯ଜଣ କରିଥିବା ବେଳେ ୨ଜଣ ବାକିଆ ଅଛନ୍ତି । ଦାନଗଦିରେ ଜଣ ଲୋକବାହାରେ ରହୁଥିବା ବେଳେ ଜଣେ ହିଁ ପଞ୍ଜିକରଣ କରିନଥିବା ରିପୋର୍ଟରେ କୁହାଯାଇଛି । ସେହିପରି ଦଶରଥପୁରରେ ୧୩୮ରୁ ୧୩୬ ଜଣ ପଞ୍ଜିକୃତ କରିଛନ୍ତି ଅନ୍ୟ ୨ଜଣ ବଳକା ରହିଛି । ଧର୍ମଶାଳାରେ ୩୩ଜଣରୁ ୨୮ଜଣ ପଞ୍ଜିକରଣ କରିଥିବା ବେଳେ ୫ଜଣ କରିନାହାନ୍ତିଁ । କୋରେଇରେ ୯ରୁ ୮ଜଣ କରିଛନ୍ତି ଜଣେ ମାତ୍ର ଏପ୍ରର୍ଯ୍ୟନ୍ତ କରିନାହାନ୍ତି । ରସୁଲପୁର ୨୮ରୁ ୨୩ଜଣ ପଞ୍ଜିକରଣ କରିଛନ୍ତି ଅନ୍ୟ ୫ଜଣ କରିନାହାନ୍ତି । ଯାଜପୁର ବ୍ଲକରେ ୧୪୮ରୁ ୧୪୬ଜଣ କରିଥିବା ବେଳେ ୨ଜଣ ବାକିଆ ରହିଛନ୍ତି । ସୁକିୁନ୍ଦାରୁ ୧୮ରୁ ୧୮ଜଣ ପଞ୍ଜିକରଣ କରିଛନ୍ତି । ବ୍ୟସନଗର ମୁନସିପାଲିଟ ଅଂଚଳରୁ ୩୦ଜଣ ବାହାରୁ ଅସିଥିବାବେଳେ ୨୭ଜଣ ପଞ୍ଜିକରଣ କରଛନ୍ତି ସେଠାରୁ ଅନ୍ୟ ୩ଜଣ କରିନଥିବା ଜଣାପଡିଛି । ସେହିପରି ଯାଜପୁର ମୁନିସିପାଲିଟିରୁ ୩୯ଜଣ ମଧ୍ୟରୁ ୩୬ଜଣ କରିଥିବା ବେଳେ ଅନ୍ୟ ୩ଜଣ କରିନଥିବା ସୂଚନା ମିଳିଛି । ଏହିପରି ମୋଟ ୬୧୨ରୁ ୫୭୭ଜଣ ୨୧ତାରିଖ ସୁଧା ପଞ୍ଜକରଣ କରିଛନ୍ତି ଏବଂ ମୋଟ ୩୫ଜଣ କରିନଥିବା ଜିଲ୍ଲା ମୁଖ୍ୟ ଚିକସôାଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

Related Posts

About The Author

Add Comment