ଯାଜପୁରରେ ଫଳ ଆଣିବାକୁ ଯାଇ ହଣାଖାଇଲେ ଗ୍ରାହକ

Spread the love

ଯାଜପୁର ସଦର, ୦୮ା୦୫: ଯାଜପୁର ଜିଲ୍ଲାରେ ଏପିର ଘଟଣା ଦେଖିବାକୁ ମିଳିଚି ଯାଜପୁର ଥାନା ଖଣ୍ଡରା ଛକ ନିକଟରେ ଗ୍ରାହକ ଫଳ ଆଣିବାକୁ ଯାଇଥିବା ବେଳେ, ଦୋକାନୀଙ୍କ ଆକ୍ରମଣରେ ଗ୍ରାହକ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ବୈଦ୍ୟରାଜପୁର କେବୁଲ ବ୍ୟବସାୟୀ ସଂଜିତ କୁମାର ସାହୁ ଏବଂ ତାଙ୍କ ପ୍ରଦୋଦ କୁମାର ପରିଡ଼ା ଫଳ କିଣିବାକୁ ଖଣ୍ଡରାକୁ ଯାଇଥିବା ବେଳେ, ଫଳ ଦରକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହେବାରୁ ଦୋକାନୀ ଦୁଇ ଗ୍ରାହକଙ୍କୁ ଦାଆରେ ଆକ୍ରମଣ କରିବା କରି ପିଠିକୁ ହାଣି ଦେଇଛନ୍ତି । ଏନେଇ ସଂଜିତଙ୍କ ପତ୍ନୀ ବାଣୀଶ୍ରୀ ପ୍ରିୟଦର୍ଶିନୀ ବେହେରା ଥାନରେ ଏତଲା ଦେଇଥିବା ବେଳେ, ଯାଜପୁର ଥାନା ଅଧିକାରୀ ଅଜୟ କୁମାର ଜେନା ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଜଣାଯାଇି । ଘଟଣାରୁ ପ୍ରକାଶ ଯେ, ଉଭୟ ଆହତ ବ୍ୟକ୍ତି ଆହତ ବ୍ୟକ୍ତି ଖଣ୍ଡରା ଛକକୁ କେବୁଲ ସଂଯୋଗ କରିବାକୁ ଯାଇଥିବା ବେଳେ, ଖଣ୍ଡରା ଛକରେ ଏକ ଫଳ ଦୋକାନରୁ ଆମ୍ବ ଓ ସେଉ କଣିଥିଲେ । ସେଗୁଡ଼ିକ ପଚିଯାଇଥିବାରୁ ଗ୍ରାହକ ଦେଖି ତାକୁ ନଆଣି ପଳେଇ ଆସୁଥିବା ସମୟରେ ଦୋକାନୀ ସେମାନଙ୍କୁ ଅଟକାଇଥିଲା । ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହିତ ଦୁଇ ବନ୍ଧୁ ଏହାର ପ୍ରତିବାଦ କରିଥିଲେ । ଦୋକାନୀ ଜଣଙ୍କ ଉତେକ୍ତ ହୋଇ କଦଳୀ କାଟୁଥିବା ଧାରୁଆ ଦାଆରେ ଉଭୟଙ୍କୁ ଆକ୍ରମଣ କରିଥିଲେ । ଦୋକାନୀର ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ସେଠାରେ କିଛି ସ୍ଥାନୀୟ ଭଦ୍ରବ୍ୟକ୍ତି ସେମାନଙ୍କୁ ଉଦ୍ଦାର କରି ଯାଜପୁର ମେଡିକାଲୁ ଚିକିତ୍ସା ପାଇଁ ପଠାଇଥିଲେ । ସେମାନଙ୍କ ମଧ୍ୟରୁ ସଂଜିତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଚି । ଯୁବ ସମାଜ ସେବୀ ଦେବଦତ୍ତ ଦାସ ଏଇ ଦୁଇଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଚିକିତ୍ସା କରୁଥିବା ଜଣାଯାଇଚି । ରିପୋଟ ଲେଖା ହେବା ବେଳକୁ ପୋଲିସ କାହାରିକୁ ଗିରଫ କରିନଥିବା ଜଣାଯାଇଚି ।

Related Posts

About The Author

Add Comment