ଯାଜପୁରରେ ଝାଡ଼ା ବାନ୍ତିର କାୟା: ଜଣେ ଯୁବକଙ୍କ ମୃତ୍ୟୁ, ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ

Spread the love

ଜେନାପୁର/୧୨/୦୪(ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧୀନ ରାଇଛନ୍ଦା ପଞ୍ଚାୟତର ବାରକଣା ଗ୍ରାମରେ ଝାଡ଼ା ବାନ୍ତିର ପ୍ରକୋପ ଦେଖିବାକୁ ମିଳିଛି। ଏହି ରୋଗରେ ଆକ୍ରାନ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ଥିବା ସୂଚନା ମିଳିଛି। ମୃତକ ଯୁବକ ଜଣକ ହେଲେ ବରକଣା ଗ୍ରାମର ବିପିନ ସାହୁ।

​ମିଳିଥିବା ସୂଚନା ଅନୁଯାୟୀ, ବିପିନ ହଠାତ୍ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ପ୍ରଥମେ ସ୍ଥାନୀୟ କବାଟବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ ଚିକିତ୍ସା କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।

​ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସବୁଠାରୁ ଚିନ୍ତାର ବିଷୟ ହେଲା, ସେହି ଗ୍ରାମର ଆଉ ଜଣେ ମହିଳା ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗ୍ରାମରେ ଏହି ରୋଗ ବ୍ୟାପୁଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

​ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏଦିଗରେ ପଦକ୍ଷେପ ନେଇ ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Related Posts

About The Author

Add Comment