ଯାଜପୁର, ୧୧/୧୦/୨୦୨୦ (ସନ୍ଧାନ ନିଉଜ) : ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ପବିତ୍ର ଜନ୍ମ ତିଥିରେ ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କରାଯାଇଚ୍ଥି । ଜିଲ୍ଳ୍ା ସ୍କୁଲ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଳ୍ା ପ୍ରଶାସନ ଓ ଜିଲ୍ଳ୍ା ସ୍କୁଲର ମିଳିତ ଉଦ୍ୟମରେ ମାଲ୍ୟାର୍ପଣ କରାଯିବା ସହ ଗୋପବନ୍ଧୁଙ୍କ ସେବା, ପରୋପକାର ଓ ସଂଗ୍ରାମ ସଂପର୍କରେ ଆଲୋକପାତ କରାଯାଇଥିଲା । ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଳ୍ା ସ୍କୁଲର ଶିକ୍ଷକ ନିରଂଜନ ସାହୁ, ଜୟୀଋଦ୍ଦିନ ଖାଁ, ଗ୍ରନ୍ଥାଗାରିକ ପ୍ରଭାତ କୁମାର ପଣ୍ଡା, କର୍ମଚାରୀ ରବିନ୍ଦ୍ର କୁମାର ଦାସ, ଭବାନୀ ନାୟକ, ସୁଶାନ୍ତ ଗୋଚ୍ଚ୍ଥାୟତ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ । କରୋନା କଟକଣା ଯୋଗୁଁ ସାମାଜିକ ଦୂରତା, ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦିଆଯିବା ସହ ଗହଳି କମ ରଖିବାର ବ୍ୟବସ୍ଥା ହୋଇଥିଲା ।
ଯାଜପୁରରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ
|
October 11, 2020 |


