ଯାଜପୁର, ୦୨/୧୧/୨୦୨୧ (ସନ୍ଧାନ ନିଉଜ) : ଏକ ଅତ୍ୟାଧୁନିକ ଓ ପରିବେଶ ଉପଯୋଗୀ ହାଟ ଯାଜପୁର ସହର ନିକଟସ୍ଥ ବିନ୍ଧାଣ ଗ୍ରାମ ସନ୍ନିକଟରେ ନିର୍ମାଣର ପରିକଳ୍ପନା କରାଯାଇଚ୍ଥି । ଯାହାକି, ଏକ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଅତିରିକ୍ତ ଜିଲ୍ଳ୍ାପାଳ ତଥା ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ମିହିର ପ୍ରସାଦ ମହାନ୍ତି ସୂଚନା ଦେଇଚ୍ଥନ୍ତି । ସୋମବାର ଅପରାହ୍ନରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ହାଟ ନିର୍ମାଣ ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଳ୍ାପାଳ ଶ୍ରୀ ମହାନ୍ତି ବର୍ତ୍ତମାନ ବାଳାଶ୍ରମରେ ଅନୁଷ୍ଠିତ ହେଉଥିବା ଅସ୍ଥାୟୀ ହାଟକୁ ବିନ୍ଧାଣର ପ୍ରସ୍ତାବିତ ସ୍ଥାନକୁ ଉଠାଇ ନିଆଯିବ । ଯାହାକି, ଅତ୍ୟାଧୁନିକ ପ୍ରକି୍ରୟାରେ ନିର୍ମାଣ ବ୍ୟବସ୍ଥା କରାଯାଇଚ୍ଥି । ସେଠାରେ ବ୍ୟବସାୟୀ ଓ ଚାଷୀ ମାନଙ୍କ ବସିବା ପାଇଁ ପିଣ୍ଡି ବ୍ୟବସ୍ଥା, ଦ୍ରବ୍ୟ ରଖିବା ପାଇଁ ମଣ୍ଡି ବ୍ୟବସ୍ଥା, ମାଚ୍ଥ, ମାଂସ, ଚିକେନ ଇତ୍ୟାଦି ପାଇଁ ଅଲଗା ସ୍ୱତନ୍ତ୍ର ବ୍ୟବସ୍ଥା, ଗାଡି ପାର୍କିଂ ବ୍ୟବସ୍ଥା, ଷ୍ଟୋର ରୁମ୍ ବ୍ୟବସ୍ଥା ଇତ୍ୟାଦି ପାଇଁ ବ୍ୟବସ୍ଥା କରାଯାଇଚ୍ଥି । ନିୟମିତ ହାଟରେ ବସୁଥିବା ବ୍ୟବସାୟୀ ଓ ଚାଷୀ ମାନଙ୍କ ସୁବିଧା ଓ ସ୍ୱଚ୍ଚ୍ଥତା ପାଇଁ ଦୈନିକ ପରିବର୍ତ୍ତେ ମାସିକ ଭାବେ ଟ୍ୟାକ୍ସ ଆଦାୟ କରାଯିବ ଓ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଚ୍ଥି ବୋଲି ଶ୍ରୀ ମହାନ୍ତି କହିଥିଲେ । ପରେ ପ୍ରସ୍ତାବିତ ହାଟର ବ୍ଳୁ ପ୍ରିଣ୍ଟ ବ୍ୟବସାୟୀ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ବ୍ୟବସାୟୀ ମାନଙ୍କର ସୁବିଧା ପାଇଁ ଓ ସେମାନଙ୍କ ପରାମର୍ଶରେ ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରାଯିବ ବୋଲି ଆଲୋଚନା କରାଯାଇଥିଲା । ପ୍ରସ୍ତାବିତ ଏହି ନୂଆ ହାଟ ଦ୍ୱାରା ବ୍ୟବସାୟୀ ମାନେ ଉପକୃତ ହେବା ସହ ପରିବେଶ ସୁନ୍ଦର ଓ ସ୍ୱଚ୍ଚ୍ଥତା ରହିପାରିବ ବୋଲି ବ୍ୟବସାୟୀ ମାନେ ଆଶା ପ୍ରକାଶ କରିଥିଲେ । ୨ ଏକର ୫୪ ଡିସିମିଲ ପରିମିତ ଜାଗାରେ ପ୍ରସ୍ତାବିତ ଏହି ହାଟରେ ପ୍ରାୟ ୨୫୦ ଚାଷୀ ବ୍ୟବସାୟୀ ବସି ଦୈନିକ ବିକ୍ରି ବଟା କରିବାର ବ୍ୟବସ୍ଥା ରହିଚ୍ଥି । ଏହି ବୈଠକରେ ଡି.ଆର.ସି.ଏସ୍. ତଥା ମାର୍କେଟ ନିଦେ୍ର୍ଦଶକ ରୁଦ୍ର ପ୍ରସାଦ ମହାନ୍ତି, ଜିଲ୍ଳ୍ା ଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାନ, ପୂର୍ବତନ ଯାଜପୁର ପୈାରାଧ୍ୟକ୍ଷ ତଥା ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବ ପ୍ରସାଦ ଦାସ, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଳ୍ାଦ ସେଠୀ, ବ୍ୟବସାୟୀ ଓ ଅନ୍ୟାନ ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ନିୟନ୍ତ୍ରିତ ବଜାର କମିଟିର ସଂପାଦକ ରମେଶ ଚନ୍ଦ୍ର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ସହଯୋଗ କରିଥିଲେ ।
ଯାଜପୁର ସହରର ବିନ୍ଧାଣ ଠାରେ ଅତ୍ୟାଧୁନିକ ହାଟର ବ୍ୟବସ୍ଥା
|
November 3, 2021 |