ଯାଜପୁର,୨୩/୧୨ (ସନ୍ଧାନ ନିୟୁଜ): କେନ୍ଦ୍ର ଉପାସରକାର ସମୟରେ ଦେଶର ସମସ୍ତ ଗ୍ରାମ ପଂଚାୟତରେ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ରାଜୀବଗାନ୍ଧୀ ସେବାକେନ୍ଦ୍ର ନାମରେ ଗୃହ ନିର୍ମାଣ କରାଯାଇଥରଲା । ଜାତୀୟ କର୍ମନିଯୁକ୍ତି ଯୋଜନା, ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତା ହିତାଧିକାରୀ ମାନଙ୍କୁ ଦେୟ ପ୍ରଦାନ ଓ ଅନ୍ୟାନ ଯୋଜାନର କାଯ୍ୟ ର୍ ଉଦେ୍ଦଶ୍ୟରେ ଏହି ଗୃହ ନିର୍ମାଣର ମୂଲ ଲକ୍ଷ୍ୟ ରଖାଯାଇଥିଲା । ଅନେକ ଗ୍ରାମ ପଂଚାୟତରେ ଏହି ଗୃହ ଗୁଡିକ କେତେକ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଏହାକୁ ନାମକୁ ମାତ୍ର ବ୍ୟବହାର କରାଯାଉଛି । ବଡଚଣା ବ୍ଳକ ଅନ୍ତର୍ଗତ ସୁଙ୍ଗୁଡା ଗ୍ରାମ ପଂଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ର ଦୀର୍ଘଦିନ ହେବ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା । କେତେକ ପ୍ରମୁଖ ଗଣମାଧ୍ୟମରେ ଏ ସଂପର୍କିତ ଖବର ପ୍ରକାଶ ପାଇବା ପରେ ବ୍ଳକ କତୃପକ୍ଷ ହସ୍ତକ୍ଷେପ କରି ଏହାର ମରାମତି କାର୍ଯ୍ୟ କରିଥିଲେ । ସରକାରୀ ନିୟମ ଅନୁଯାୟୀ ଉକ୍ତ ଗୃହକୁ ପଂଚାୟତ ତାର ନିଜସ୍ୱ କାର୍ଯ୍ୟ ଅଥବା ଅନ୍ୟ କୌଣସି ସରକାରୀ କାର୍ଯ୍ୟାଳୟ ରୂପେ ବ୍ୟବହାର ପାଇଁ ବିଧିବ୍ୟବସ୍ଥା ରହିଅଛି । କିନ୍ତୁ ବ୍ଳକର ବିଡିଓ ଅଜିତ ନାରାୟଣ ଗିରିଙ୍କ ନିଦେ୍ର୍ଦଶ କ୍ରମେ ଉକ୍ତ ପଂଚାୟତର ସରପଂଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ନିୟମକୁ ଖୋଲା ଉଲଂଘନ କରି ଏକ ବେସରକାରୀ ସଂସ୍ଥାକୁ ଏହି ଗୃହଟିକୁ ପ୍ରଦାନ କରିଅଛନ୍ତି । ଶନିବାର ଜେପିଏମ ରୋଟାରୀ କ୍ଳବ, କଟକକୁ ଚକ୍ଷୁ ଚିକିସôାଳୟ ନିମନ୍ତେ ଭଡା ସୁତ୍ରରେ ପ୍ରଦାନ କରିବା ସହ ସେହି ଗୃହରେ ଫଳକ ଲଗାଯାଇ ଉଦଘାଟନ କରାଯାଇଅଛି । ପୂର୍ବତନ ସରପଂଚ ୨ବର୍ଷ ପୂର୍ବେ ପରିତ୍ୟକ୍ତ ଗୃହଟିକୁ ରକ୍ଷଣାବେକ୍ଷଣ କରିବା ସହ ଏହାକୁ ବ୍ୟବହାର କରିବା ପାଇଁ ଏକ ମହିଳା ବୈଷୟିକ ତାଲିମ କେନ୍ଦ୍ର ଖୋଲିବା ପାଇଁ ସମସ୍ତ ବିଧିବ୍ୟବସ୍ଥା ଗ୍ରହଣ କରି ସଂପୃକ୍ତ ସଂସ୍ଥାକୁ ପ୍ରଦାନ କରିଥିଲେ । ସେହି ସମୟରେ ରାଜନୈତିକ ଚାପ ପ୍ରୟୋଗ କରି କେତେକ ବ୍ୟକ୍ତି ଏହା ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ସରକାରୀ ଗୃହଟିକୁ କିଭଳି ଏକ ବେସରକାରୀ ସଂସ୍ଥାକୁ ପ୍ରଦାନ କରାଗଲା । ତତକାଳିନ ବିଡିଓ ସେ ସମୟର ସରପଂଚଙ୍କୁ ଚିଠିମାଧ୍ୟମରେ ଅବଗତ କରିବା ସହ ତୁରନ୍ତ ସେହି ସଂସ୍ଥାକୁ ସେଠାରୁ ବାହାର କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ ।ଯଦି ସେ ସମୟରେ କୌଣସି ବେସରକାରୀ ସଂସ୍ଥାକୁ ଗୃହ ପ୍ରଦାନ ପାଇଁ ନିୟମ ନଥିଲା ୨ ବର୍ଷ ପରେ କିଭଳି ଭାବେ ଏହି ନିୟମ ବଦଳି ଗଲା । ଏ ସଂପର୍କରେ ସ୍ଥାନୀୟ ବିଡିଓଙ୍କୁ ପଚାରିବାରୁ ସେ କହିଥିଲେ ପଂଚାୟତ ଚାହିଁଲେ ସେ ଯୋକୌଣସି ସଂସ୍ଥାକୁ ଏହି ଗୃହଟିକୁ ଭଡା ସୁତ୍ରରେ ଦେଇ ତା ପ୍ରତି ବଦଳରେ ସରକାରୀ ନିୟମ ହିସାବରେ ଭଡା ଅସୁଲ କରିପାରିବେ । ତେବେ ଏଠାରେ ପ୍ରଶ୍ନ ଉଠେ ଚଣ୍ଡିଖୋଲ ଛକରେ ଏକ ସରକାରୀ ପ୍ରାଥମିକ ଚିକିସôା କେନ୍ଦ୍ର ଏକ ପରିତ୍ୟକ୍ତ ଗୃହରେ ଚାଲୁଥିଲେ ବି ଛକଠାରୁ ଦୂରରେ ଥିବାରୁ ସେଠାକୁ କୌଣସି ରୋଗୀ ଯିବା ପାଇଁ ମନ ବଳାଉ ନାହାନ୍ତି । ଅନ୍ୟ ପକ୍ଷରେ ଚଣ୍ଡିଖୋଲର ଏକମାତ୍ର ପୋଷ୍ଟ ଅଫିସ ଯିଏ କି ଏକ ସରକାରୀ ସଂସ୍ଥା ଅନ୍ୟତ୍ର ଭଡାରେ ଚାଲୁଥିଲା ବେଳେ ଏହି ଗୃହରେ କାହିଁକି ଅବସ୍ଥାପିତ କରାଗଲା ନାହିଁ । ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଓଡ଼ିଆପୁଅ