ଯାଜପୁର: ବଢ଼ୁଛି ଚନ୍ଦନ ଗଛ ଚୋରି, ୩ଦିନରେ ୯ଲକ୍ଷରୁ ଉର୍ଧ ଟଙ୍କାର ଚନ୍ଦନ କାଠ ଚୋରି
ଯାଜପୁର: ବଢ଼ୁଛି ଚନ୍ଦନ ଗଛ ଚୋରି, ୩ଦିନରେ ୯ଲକ୍ଷରୁ ଉର୍ଧ ଟଙ୍କାର ଚନ୍ଦନ କାଠ ଚୋରି
Manas Kumar Rout |
February 28, 2019 |

ଯାଜପୁର, ୨୮/୨(ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲାରରେ ଏବଂ ଚନ୍ଦନ ଗଛ ଚୋରି ବଢ଼ୁଥିବା ଦେଖିବାକୁ ମିଳିବା ସହିତ ଏହା ଫଛରେ ଏକ ବୃହତ ର ୍ୟାକେଟ କାର୍ଯ୍ୟ କରୁଥିବା ସନ୍ଦହ କରାଯାଇଛି । ସୂଚନା ମୁତାବକ ପ୍ରଥମେ ୨୬ତାରିଖ ଦିନ କଣପାଟିଆ ଗ୍ରାମ ଅଲେଖ ମହିମା ଆଶ୍ରମରେ ଥିବା ୨ଟି ଚନ୍ଦନ ଗଛ ରାତିରେ ଚୋରି ହୋଇଥିବା ସୂଚନା ମଳିଥିଲା । ଏପରିକି ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ଧର୍ମଶାଳା ବ୍ଲକ ଅଧିନ ଉତର ଶାସନ ଏବଂ ନାଉପାଳ ଗ୍ରାମରୁ ମଧ୍ୟ ୫ଟି ଚନ୍ଦନ ଗଛ ଚୋରି ହୋଇଥିବା ସୂଚନା ମିଳିବା ସହିତ ଜାରକା କୋଲନୀ ମଧ୍ୟରୁ ୨ଟି ଗଛ ଚୋରି ହୋଇଥିବା ଜଣାଯାଇଛି । ଉତର ଶାସନ ଗ୍ରାମର ରନ୍ତାକର କରଙ୍କ ବାଡିରୁ ୨ଟି ଗଛ ଏବଂ କାଶିନାଥ ଆଚାର୍ଯ୍ୟବାଡିରୁ ଗୋଟିଏ ଗଛ ଚୋରି ହୋଇଛି । ସେହିପରି ନାଉପାଳ ଗ୍ରାମର ଧୃବ ବିଶ୍ୱାଳଙ୍କ ବାଡିରୁ ଗୋଟିଏ ଏବଂ ଚହଟା ଗ୍ରାମର ଶରତ ଓଝାଙ୍କ ବାଡିରୁ ମଧ୍ୟ ଅନୁରୁପ ଭାବେ ଗୋଟିଏ ଗଛ ଚୋରି ହୋଇଥିବା ଜଣାଯାଇଛି । ଏହାକୁ ନେଇ ଧର୍ମଶାଳା ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି । ତେବେ ଏହି ଘଟଣାରେ ପୋଲିସ ବିଭାଗ ଏବଂ ଜଙ୍ଗଲ ବିାଗର ନିଷ୍କିୟତା ଅବଲମ୍ବନ କରିବା ଘଟଣା ଏଥିରେ କୌଣସି ବନପାଳ କିମ୍ବା ପୋଲିସ ଅଧିକାରୀ ମାନଙ୍କ ସମ୍ପୁକ୍ତି ରହିଥିବା ସାଧରଣରେ ଆଲୋଚନା ହେଉଛି । ଏହି ଗଛ ଗୁଡିକୁ ମୁଲ୍ୟବାନ ଗଛ ହୋଇଥିବା ବେଳେ ଗୋଟିଏ ଗଛର ମୁଲ୍ୟ ମଧ୍ୟ ଲକ୍ଷ ଟଙ୍କରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ୩ଦିନ ମଧ୍ୟରେ ଧର୍ମଶାଳାରୁ ମୋଟ ୯ରୁ ଉର୍ଧ ଗଛ ଚୋରି ହୋଇଥିବା ବେଳେ ଏହାର ମୁଲ୍ୟ ମଧ୍ୟ ୮ରୁ ୯ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ବଜାରରେ ଚନ୍ଦନ ଗଛର କେଜି ପିଛା ୨ହାଜର ରହିଥିବା ବେଳେ ଆନ୍ତଜାତୀୟ ବଜାରରେ ଏହାର ମୂଲ୍ୟ ବହୁ ଅଧିକ । ତେବେ ଏହି ଗଛ ଗୁଡିକ ଜଙ୍ଗଲ ବିଭାଗ ସୁରକ୍ଷା ଦାୟିତ୍ୱରେ ରହୁଥିବା ବେଳେ ସେମାନେ କୌଣସି କାର୍ଯ୍ୟନୁଷ୍ଠାନ ନେଉନଥିବା ଅଭିଯୋଗ ଆସିଛି । ନିକଟରେ ଚଣ୍ଡିଖୋଲ ବନ କାର୍ଯ୍ୟଳୟ ଏବଂ ଗଡମଧୁପୁର ବନ କାର୍ଯ୍ୟଳୟ ଅବସ୍ଥିତ ରହିଥିବା ବେଳେ ଗଡମଧୁପୁରର ବନପାଳ କାର୍ଯ୍ୟକୁ ଅସୁନଥିବା ଅଭିଯୋଗ ହୋଇଛି । ୩ଦିନ ତଳୁ ଅଭିଯୋଗ ହୋଇଥିଲେ ମଧ୍ୟ ବନପାଳ ଘଟଣାସ୍ଥଳକୁ ଆସିନାହାନ୍ତି । ଆଜି ବନବିଭାଗ ପକ୍ଷରୁ ବନ ସୁରକ୍ଷା କର୍ମୀ ତୋଫାନ କର, ରାଜକିଶୋର ଦାସ, କୈଳାସ ବେହେରା ଘଟଣାସ୍ଥଳକୁ ଆସି ଚୋରି ଯାଇଥିବା ଚନ୍ଦନ ଗଛର କଟାରୁ ସମ୍ପୁଲ ସଂଗ୍ରହ କରି ଫେରିଛନ୍ତି । ତେବେ ଏତେ ସଂଖ୍ୟକ ଚନ୍ଦନ ଗଛ ଲଗାତାର ଭାବେ ଚୋରି ଯାଉଥିବାରୁ ଏହା ପଛରେ ଜଙ୍ଗଲବିଭାଗର ସକି୍ରୟ ହାତ ରହିଥିବା ସନେ୍ଦହ ପରିସରକୁ ଆସିଛି । ତେବେ ବାହାରୁ କୌଣସି ବ୍ୟକ୍ତି କିଭଳି ଭାବରେ କାହା ବାଡିରେ ଚନ୍ଦନ ଗଛ ରହିଥିବା କିପରି ଜାଣିପାରିବା ଏବଂ ତାହାକୁ ବିନା ବାଧାରେ ଚୋରି କରିବା ଘଟଣାରେ ଏକ ବଡ ର୍ୟାକେଟ କାର୍ଯ୍ୟ କରୁଥିବା ସନ୍ଦହ କରାଯାଇଛି । ଏହା ଉପରେ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ପୋଲିସ ବିଭାଗ ଦୃଷ୍ଟି ଦେଇ ର ୍ୟାକେଟକୁ ଠାବ କରିାବକୁ ଗ୍ରାମବାସୀ ଏବଂ ଚୋରି ଯାଇଥିବା ବ୍ୟକ୍ତି ମାନେ ଦାବି କରିଛନ୍ତି ।
Related Posts
About The Author