ଯାଜପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ମହା ମିଶ୍ରଣ ପର୍ବ ଅନୁଷ୍ଠିତ

Spread the love

ଯାଜପୁର ସଦର, ୧୬/୪/୨୬ (ସନ୍ଧାନ ନ୍ୟୁଜ ) :ଯାଜପୁର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ୧୨ ତାରିଖ ରବିବାର ଦିନ ଏକ ମହାମିଶ୍ରଣ ପର୍ବ ଦଶରଥପୁର ବ୍ଲକ କଷ୍ପା ପଞ୍ଚାୟତସ୍ତ କାଳୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ବରିଷ୍ଠ ବିଜେପି ନେତା ସୁବାଷ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥିଭାବେ ଯାଜପୁର ଜିଲ୍ଲା ବିଜେପି ସଭାନେତ୍ରୀ ଦେବଜାନୀ ପ୍ରଧାନ ମୁଖ୍ୟ, ବିଶିଷ୍ଠ ଅତିଥିଭାବେ ଯାଜପୁର ଜିଲ୍ଲା ପୂର୍ବତନ ବିଜେପି ସଭାପତି ଗୌତମ ରାୟ ଯୋଗ ଦେଇଥିଲେ।ବିନୋଦ ବିହାରୀ ଜେନା,ଦଶରଥପୁର ବ୍ଲକ ପୂର୍ବତନ ଅଧକ୍ଷ ରମେଶ ସାମଲ,ଯାଜପୁର ଜିଲ୍ଲା ପୂର୍ବତନ ବିଜେପି ସମ୍ପାଦକ ସୁଦୀପ୍ତ କୁମାର ପଣ୍ଡା,୫ନମ୍ବର ଜୋନ ମଣ୍ଡଳ ସଭାପତି ସୁନୀଲ ରାଉତ୍ ମଞ୍ଚ ନିକଟରେ ଉପସ୍ଥିତ ଥିବାବେଳେ ଦଶରଥପୁର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଇନ୍ଦ୍ରଜିତ ଦାସ ମଞ୍ଚ ପରିଚାଳନା କରିଥିଲେ।ବରିଷ୍ଠ ବିଜେପି ନେତା ତଥା ଯାଜପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ଉପରେ ଭରଷା କରି କଷ୍ପା ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟନ୍ତ ମହାନ୍ତି ଓ ପ୍ରଭାତ ନାୟକଙ୍କ ନେତୃତ୍ୱରେ କଷ୍ପା ପଞ୍ଚାୟତ ସରପଞ୍ଚ ଦୀପ୍ତିବାଳା ନାୟକ,ବିଜେଡି ସରପଞ୍ଚ ପାର୍ଥୀନୀ  ଶ୍ରାବଣୀ ମହାନ୍ତି,ପୂର୍ବତନ ନାଏବ ସରପଞ୍ଚ ନିର୍ମଳ ଦାସ,୧ନମ୍ବର ୨ନମ୍ବର,୩ନମ୍ବର,୪ନମ୍ବର, ୫ନମ୍ବର,୬ନମ୍ବର,୭ନମ୍ବର,୮ନମ୍ବର,୧୨ନମ୍ବର ୱାର୍ଡର ମୋଟ ୯ଜଣ ୱାର୍ଡ ସଭ୍ୟ ସଭ୍ୟା ସମେତ ୩୦୦ରୁ ଉର୍ଦ୍ଧ ବିଜେଡି କର୍ମୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିବା ବେଳେ ଦୁଦୁରା ଅଣ୍ଟା ପଞ୍ଚାୟତ ଫକ ରାଉତଙ୍କ ନେତୃତ୍ୱରେ ୧୦ରୁ ଉର୍ଦ୍ଧ କର୍ମୀ,ଜୟନ୍ତରା ପଞ୍ଚାୟତ ପୂବତନ ସମିତି ସଭ୍ୟ ତୁଷାର କାନ୍ତ ନାୟକଙ୍କ ସମେତ ୧୦ ଜଣରୁ ଉର୍ଦ୍ଧ କର୍ମୀ,ମଲ୍ଲୀକାପୁର ପଞ୍ଚାୟତରୁ ୧୦କର୍ମୀ,ତରପଦା ପଞ୍ଚାୟତରୁ ୧୫କର୍ମୀ,ଚଞ୍ଚିଣା ପଞ୍ଚାୟତରୁ ୨୦ କର୍ମୀ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ।ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ ଓ ଯାଜପୁରର ଲୋକପ୍ରିୟ ନେତା ଗୌତମ ରାୟ ନୂତନ କର୍ମୀ ମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ  ପିନ୍ଧାଇ ସେମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ।ନୂତନ କର୍ମୀଙ୍କ ଯୋଗଦାନ ପରେ ଦଳ ସୁଦୃଢ ହେବାସହ ଗୌତମ ରାୟଙ୍କ ସଂଗଠନ ସୁଦୃଢ ହେବ ବୋଲି ଜିଲ୍ଲା ସଭାନେତ୍ରୀ କହିଥିଲେ।ସେହିପରି ବିଂଝାରପୁର ନିର୍ବାଚନ ମଣ୍ଡଳୀ ଦତ୍ତପୁର ପଞ୍ଚାୟତ ପୂର୍ବତନ ବିଜେପି ସଭାପତି ଅଜୟ ରାଉତଙ୍କ ନେତୃତ୍ୱରେ ୧୫ଜଣରୁ ଉର୍ଦ୍ଧ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଜିଲ୍ଲା ସଭାନେତ୍ରୀଙ୍କ ଉପସ୍ଥିତରେ ବିଜେପି ଦଳରେ ସାମିଲ ହୋଇଥିଲେ।

Related Posts

About The Author

Add Comment