ଯାଜପୁର ତହସିଲର ପୂର୍ବତନ ନାଜିର ରଜତ କୁମାର ରାଉତରାୟ ଚାକିରୀରୁ ବହିଷ୍କୃତ

Spread the love

ଯାଜପୁର, ୨୯/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଳ୍ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋରଙ୍କ ଆଦେଶ ଅନୁଯାୟୀ ଯାଜପୁର ତହସିଲର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ ତଥା ନାଜିର ଶ୍ରୀ ରଜତ କୁମାର ରାଉତରାୟଙ୍କୁ ଚାକିରୀରୁ ବହିଷ୍କାର କରିଚ୍ଥନ୍ତ । ଶ୍ରୀ ରାଉତରାୟଙ୍କ ବିରୁଦ୍ଧରେ ୨୦୧୮ ମସିହା ଠାରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେହେଁ ସେ କ୍ରମାଗତ ଭାବେ ଏହାକୁ ଗ୍ରହଣ ନ କରି ଏଡାଇ ଚାଲିଥିଲେ । ତାଙ୍କ ବିରୁଦ୍ଧରେ ଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଦାୟିତ୍ୱ ଉପଜିଲ୍ଳ୍ାପାଳଙ୍କୁ ଦିଆଯାଇଥିଲା । ଦୋଷୀ କର୍ମଚାରୀଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିଲେ ମଧ୍ୟ ସେ ଗୋଟିଏ ଦିନ ପାଇଁ ହାଜିର ହୋଇ ନ ଥିଲେ । ଏଣୁ ତାଙ୍କ ବିରୁଦ୍ଧରେ ସମସ୍ତ ତଥ୍ୟ ପର୍ଯ୍ୟାଲୋଚନା କରାଯାଇ ଜିଲ୍ଳ୍ାପାଳ ଓ ଶୃଙ୍ଖଳା ଅଧିକାରୀ ଏହି ବହିଷ୍କାର ଆଦେଶ ପ୍ରଦାନ କରିଚ୍ଥନ୍ତି । ଆଦେଶରେ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ ଆଧାରରେ ପେଂ÷ାଜଦାରୀ ମକଦ୍ଦମା ଦାୟର କରାଯାଇଅଚ୍ଥି । ଏହି ଆଦେଶ ବଳରେ ଦୋଷୀ କର୍ମଚାରୀ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହେବେ ।

Related Posts

About The Author

Add Comment