ଯାଜପୁର ଜିଲ୍ଲାରେ ସମେଟିଭ ମାଟ୍ରିକ ପରୀକ୍ଷା ଆରମ୍ଭ କରାଯାଇଚି

Spread the love

ଯାଜପୁର ସଦର, ୦୬/୦୧/୨୦୧୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାର ୧୦ଟି ବ୍ଲକରେ ମାଧ୍ୟମିକ ଶିକ୍ଷା ପରିଶଦ ଆନୁକୁଲ୍ୟରେ କରାଯାଉଥିବା ରାଜ୍ୟସରକାରଙ୍କ ପକ୍ଷରୁ କୋଭିଡ଼ ନିୟମକୁ ପାଳନ କରାଯାଇ ପରୀକ୍ଷା ସେଣ୍ଟର ଗୁଡ଼ିକ ମାନଙ୍କୁରେ ବିଶୋଧନ କରାଯାଇ ପରୀକ୍ଷାର୍ଥି ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା ଦେବା ଲାଗି ବୋର୍ଡ଼ ପକ୍ଷରୁ ପରୀକ୍ଷାର୍ଥି ମାନଙ୍କୁ ସାନିଟାଇଜର, ମାକ୍ସ ବ୍ୟବହାର କରିବା ସହିତ ଦୂରତା ମେଣ୍ଟନ କରି ପରୀକ୍ଷା ଦେବାଲାଗି ବୋର୍ଡ଼ ପକ୍ଷରୁ କଡ଼ା ନିର୍ଦ୍ଦେଷ ରହିଥିବା ଜଣାଯାଇଚି । ଯାହାକି ବିଦ୍ୟାଳୟର ସୁପରିଟେଡେଣ୍ଟଙ୍କ ତତ୍ୱାବଧାନରେ ସମେଟିଭ ପରୀକ୍ଷା ଦ୍ୱୀତିୟ ଦିନରେ ସୁଚାରରୁପେ କରାଯାଉଚି । ଯାଜପୁର ଜିଲ୍ଲାରେ ୧୫୬ ଟି କେନ୍ଦ୍ରରେ ପରୀକ୍ଷା ହେଉଥିବାବେଳେ, ୨୬ହଜାର ୨ଶଷ ୪୨ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଥିବା ଜଣାଯାଇଚି । ସେଥି ମଧ୍ୟରୁ ୧୪୦୬ଜଣ ଅନୁପସ୍ଥିତ ରହିଥିବା ବେଳେ, ମଧ୍ୟମାରେ ୮ପରୀକ୍ଷା କେନ୍ଦ୍ର ରହିଚି । କପି ରୋକିବା ପାଇଁ ୫ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ଜଣାଯାଇଚି । ଯାହାକି ଏହି ଜିଲ୍ଲାରେ ବଡ଼ଚଣା, ଧର୍ମଶାଳା, କୋରେଇ, ଦାନଗଦୀ, ସୁକିନ୍ଦା, ବିଞ୍ଝାରପୁର, ବରୀ, ଯାଜପୁର ବ୍ଲକ୍ ମଧ୍ୟରେ ରହିଥିବା ହାଇସ୍କୁଲ ମାନଙ୍କରେ ପରୀକ୍ଷା କରାଯାଉଚି । ପ୍ରଥମ ଦିନ ମାଟ୍ରିକ ରେଗୁଲାର ଏବଂ ଏକ୍ସରେଗୁଲାର ୨୬ହଜାର ୨ଶହ ୪୨ଜଣ ପରୀକ୍ଷା ଦେଇଥିବା ବେଳେ, ଏହି ୫ଟି ସ୍କ୍ୱାର୍ଡ ମଧ୍ୟରେ ୨ଟି ସ୍ପେଶାଲ ସ୍କ୍ୱାର୍ଡ ଦାୟୀତ୍ୱରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ ରଂଜନ ଗିରି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶଧର ସିଂ, ରାଜେଶ କୁମାର ସ୍ୱାଇଁ, ପରୀକ୍ଷା ନିରୀକ୍ଷକ ବିଷ୍ଣୁଚରଣ ପଣ୍ଡା ଏହି ପରୀକ୍ଷା ୮ ତାରିଖ ପର୍ଯ୍ୟନ୍ତ କରାଯିବ ବୋଲୁ ସୂଚନା ମିଳିଚି । ୪ ଦିନ ଧରି ଛାତ୍ର ଛାତ୍ରୀ ପରୀକ୍ଷା ଦେବେ । ପ୍ରଥମ ୩ ଦିନ ୨ଟି ସିଟିଙ୍ଗରେ ପରୀକ୍ଷା ହେବ ଶେଷ ଦିନ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ଏହି ଜିଲ୍ଲାରେ ମାଟ୍ରିକ ପରୀକ୍ଷା କରାଯିବ ବୋଲି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଚି ।

Related Posts

About The Author

Add Comment