ଯାଜପୁର, ୨୪/୨/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ତିନି ଓଡ଼ିଆ ଯୁବକ ନିଆଁ ମଧ୍ୟରେ ଜଳିଗଲେ । ଏହପରି ଦୁଃଖ ଦାୟକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସଦରଥାନା ଅନ୍ତର୍ଗତ ଯମଧର ଗ୍ରାମର ଲକ୍ଷ୍ମୀଧର ଖୁଣ୍ଟିଆଙ୍କ ପୁଅ ଦୟାନିଧି ଖୁଣ୍ଟିଆ(୩୩), ଶୁକଦେବ ଖୁଣ୍ଟିଆଙ୍କ ପୁଅ ଚିନ୍ମୟ ଖୁଣ୍ଟିଆ(୨୫) ଏବଂ ଅଶୋକ ସିଂଙ୍କ ପୁଅ କାମେଶ ସିଂ(୨୩) ଏହି ଓଡ଼ିଆ ଯୁବକ ମାନେ ଯାଜପୁର ଜିଲ୍ଲାର ପରିବାର ପ୍ରତିପୋଷଣ ସୁଦୁର ଅହମଦାବାଦରେ ଚାକିରୀ କରିଥିବା ବେଳେ, ଅଗ୍ନି କାଣ୍ଡ ଏକ ପୋଷାକ କାରଖାନାରେ ଘଟିବାରୁ ଏହି ଓଡ଼ିଆ ଯୁବକ ତିନି ଜଣଙ୍କର ମୃତୁ୍ୟ ଘଟିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଓଡ଼ିଆ ଯୁବକ ଯାଜପୁର ଜିଲ୍ଲା ସଦର ଥାନା ଯମଧର ଗ୍ରାମର ବୋଲି ଜଣାଯାଇଚି । ସେମାନେ ଏକ କପଡ଼ା କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ଏକ ଭୟଙ୍କର ଅଗ୍ନୀକାଣ୍ଡ ଘଟିାବରୁ ସେମାନଙ୍କର ମୃତୁ୍ୟ ଘଟିଥିଲା, ଚିନ୍ମୟ, କାମେଶ, ଦୟାନିଧିଙ୍କର ମୃତୁ୍ୟ ଘଟିଥିଲା । ଏହି ଓଡ଼ିଆ ଯୁବକଙ୍କର ମୃତୁ୍ୟରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ସାଂସଦ ଶ୍ରମିଷ୍ଠା ସେଠୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତୀ, ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ, ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂମିନ୍ନା ଦୁଃଖ ପ୍ରକାଶ କରିଥିଲେ । ଏହି ତିନି ଓଡ଼ିଆ ଯୁବକଙ୍କ ମୃତୁ୍ୟରେ ଯମଧର ଗ୍ରାମରେ ଶୋକର ଛାୟା ଖେଳିଯାଇଚି ।
ଯାଜପୁର ଜିଲ୍ଲାର ୩ ଓଡ଼ିଆ ଯୁବକ ନିଆଁ ମଧ୍ୟରେ ସବୁଦିନ ପାଇଁ ହଜିଗଲେ
|
February 24, 2020 |



