ଯାଜପୁର ଜିଲ୍ଲା ପ୍ରଶାସନ ପାଇଁ ମଥୁରାପୁର ସେତୁ ନଦୀ ଗର୍ଭରେ ଲୀନ ହେବ ! ପଇସା କ୍ୟାନକରେ କାମ ନିତିରେ ଚାଲିଛି ଯାଜପୁର ଜିଲ୍ଲା ପ୍ରଶାସନ

Spread the love

ଯାଜପୁର ୨୭/୦୨ (ସନ୍ଧାନ ନିୟୁଜ) ଗତ ପ୍ରଳୟଙ୍କାରୀ ବାତ୍ୟା ଓ ବନ୍ୟାରେ ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷତି ହେବା ସହ ସହରକୁ ଯୋଗାଯୋଗ କରୁଥିବା ସଠିପୁର-ଯାଜପୁର ରାସ୍ତାର ରୁଢିଆ ନଦୀ ପୋଲଟି ବନ୍ୟା ସ୍ରୋତରେ ଭାସିଯାଇଥିଲା । ଫଳରେ ଦୈନଦିନ ସହସହ ଲୋକ ବର୍ଷବର୍ଷ ଧରି ଯାଜପୁରକୁ ଯିବାକୁ ସମସ୍ୟା ହୋଇଥିଲା । କାରଣ ଜିଲ୍ଲା ପ୍ରଶାସନ କିଛି ରାଜସ୍ୱ ଆଦାୟ ପାଇଁ ବାଲି ଘାଟ ନିଲାମ ଦେବା ନିଲାମ ନେଇଥିବା ଲୋକମାନେ କୋଟି କୋଟି ଟଙ୍କା ରୋଜକର କରିବା ଲକ୍ଷରେ ନଦୀରୁ ବାଲି ବୋହିବା ରୁଢିଆ ପୋଲ ଭାସିଯିବାର ମୂଖ୍ୟ କାରଣ ହୋଇଥିଲା । ସେହିପରି ଜିଲ୍ଲାର କୋରାଇ ବ୍ଲକ୍ ମଥୁରାପୁର ଠାରେ ସରକାର କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଥିବା ତଥା କେନ୍ଦୁଝର-ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ବୈତରଣୀ ନଦୀରେ ନିର୍ମାଣ ହୋଇଥିବା ମଥୁରାପୁର ସେତୁଟି ବାଲି ମାଫିଆଙ୍କ ପାଇଁ ବୈତରଣୀ ନଦୀରେ ଲୀନ ହେବା ବୋଲି ଆଲୋଚ୍ୟର ବିଷୟ ହୋଇଛି । ୨୦୧୩ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ଉଦ୍ଘାଟିତ ଏହି ସେତୁରେ ହାଲୁକା ଯାନ ଯାତାୟତ କରିବାପାଇଁ ନିୟମ ଥିଲା ବେଳେ ବାଲି ମାଫିଆ ମାନେ ବେଆଇନ ଭାବେ ମେସିନ ସାହାର୍ଯ୍ୟରେ ସେତୁ ତଳୁ ବାଲି ଉଠାଇବା ସହ ସେତୁ ଉପରେ ଭାରୀଯାନ ଦୈନଦିନ ସହସହ ସଂଖ୍ୟାରେ ଯାତୟାତ କରିବା ଦ୍ୱାରା ସେତୁରେ ଫାଟ ସୃଷ୍ଟି ହେବା ସାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ଯାଜପୁର ଜିଲ୍ଲାର କୋରାଇ ,ଯାଜପୁର ଓ ସୁକିନ୍ଦା ଓ ଦାନଗଦୀ ଆଦି ବ୍ଲକ ଅଞ୍ଚଳରେ ଲଘୁଖଣିଜ ପଦାର୍ଥ ଚୋରାଚାଲାଣ ହେଉଥିବାର ପ୍ରମାଣ ୨୦୧୭ ଏପ୍ରିଲ ୨୮ରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ପକ୍ଷରୁ ଜିଲ୍ଲା ପ୍ରଶାସନକୁ ତାଗିଦ୍ କଲାପରେ ମଧ୍ୟ ଜିଲ୍ଲା ପ୍ରଶାସନ ଏଥିପ୍ରତି ନଜର ନଦେବା ଦ୍ୱାରା ବହୁ ମୂଲ୍ୟବାନ ଜୀବନ ଗାଡି ଦୁର୍ଘଟଣାରେ ହାନି ହେବା ସହ ଜନବସତି ଗୁଡିକ ନଦୀ ଗର୍ଭରେ ମିଶିବା ନେଇ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇପାରିବ ନାହିଁ ବୋଲି ପ୍ରଶାସନ ବାଲି ମାଫିଆ ମାନଙ୍କ ସହ ଚୁକ୍ତି କରିଥିଲେ ହେଁ ପ୍ରଶାସନିକ ଅଧିକାରୀ ମାନେ ମୋଟା ଅଙ୍କରେ ଟଙ୍କା ପାଇ ଏପରି ବେଆଇନ କାର୍ଯ୍ୟକୁ ପଶ୍ରୟ ଦେଉଥିବା ଗ୍ରୀନ ଟି୍ରବୁ୍ୟନାଲରେ ମାମଲା କରିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହାପରେ ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇପାରିବ ନାହିଁ ବୋଲି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଜାରି କରିଥିଲେ ହେଁ ତାହାକୁ ପ୍ରଶାସନ ତଦାରଖ ନକରିବାକୁ ନେଇ ସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି ।ସୁଚନାଯୋଗ୍ୟ-ଯାଜପୁର ଜିଲା ଦେଇ କୋରେଇ ବ୍ଲକ ସାଆଁଳା ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ମାମଲା (ନଂ.୧୬୨/୨୦୧୬/ଇଜେଡ)ର ଶୁଣାଣି କରି ଏନ୍ଜିଟି ୨୦୧୭ ଏପ୍ରିଲ ୨୮ରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ପକ୍ଷରୁ ।ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହି ନିର୍ଦ୍ଦେଶକୁ ବାଲି ମାଫିଆମାନେ ଖାତିର କରୁ ନ ଥିବା ଦେଖିବାକୁ ମିଳିଛି।ବୈତରଣୀ ନଦୀ କୋରେଇ ବ୍ଲକ ଇଚ୍ଛାପୁର ଗ୍ରାମର ଅନନ୍ତଚରଣ ଦାସ, ସାଆଁଳ ଗ୍ରାମର ଶରତଚନ୍ଦ୍ର ମହାପାତ୍ର ଓ ମାନସ ମହାପାତ୍ର ବେଆଇନ ବାଲି ଘାଟ ଉପରେ ଅଭିଯୋଗ କରି ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ସେମାନେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ସାଆଁଳ ବାଲିଘାଟକୁ ମାନୁଆଲ (ହସ୍ତଚାଳିତ) ମାଇନିଂ ଲିଜ ପ୍ରଦାନ କରାଯାଇଛି। ହେଲେ ଲିଜଧାରୀ ଏହାର ଉଲ୍ଲଂଘନ କରି ମେକାନିକାଲ (ଯନ୍ତ୍ରଚାଳିତ) ଖଣିରେ ପରିଣତ କରିଛନ୍ତି। ଯାହାକି ବୈତରଣୀ ନଦୀରେ ସାଂଘାତିକ କ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି। ଗ୍ରୀନ ଟ୍ରିବ୍ୟୁନାଲରେ ଅଭିଯୋଗ ହେବା ପରେ ୭ା୨ା୨୦୧୭ରେ ତୁରନ୍ତ ମେଶିନ ଓ ଅନ୍ୟାନ୍ୟ ଯାନବାହାନକୁ ଜବତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜଷ୍ଟିସ ଏସ.ପି. ୱାଙ୍ଗଡି ଯାଜପୁର ଏସ୍ପି ଓ ବ୍ୟାସନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତକତ୍ାଳୀନ ଯାଜପୁରରୋଡ ଏସ୍ଡିପିଓ ଯୁଗଳକିଶୋର ଦାସ ଏବଂ ଅମିନ ରାମଚନ୍ଦ୍ର ପ୍ରଧାନ ଲିଜ ବାଲିଘାଟକୁ ଯାଇ ତଦନ୍ତ କରିବା ପରେ ଦେବେନ୍ଦ୍ର ଘଡେଇଙ୍କୁ ବୈତରଣୀ ନଦୀର ସାଆଁଳ ମୌଜାର ୧୨.୫୦ ଏକର ପରିମିତ ଅଞ୍ଚଳରେ ପ୍ଲଟ ନମ୍ବର ୦୨/୨୪୮୮, ୨ ଓ ଖାତା ନମ୍ବର ୩୦୧ ରେ ହସ୍ତଚାଳିତ ବାଲି ଖାଦାନ ପାଇଁ ଲିଜ ଦିଆଯାଇଛି। ହେଲେ ଲିଜଧାରୀ ଯନ୍ତ୍ରଚାଳିତଭାବେ ବାଲି ଉଠାଣ କରୁଥିବା ଜଣାପଡିଥିଲା। ଗ୍ରୀନ ଟ୍ରିବ୍ୟୁନାଲଙ୍କ ରାୟ ଅନୁଯାୟୀ ଯନ୍ତ୍ରଚାଳିତ ବାଲିଖାଦାନ ଉପରେ ନିୟମିତଭାବେ ଚଢାଉ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଥିଲା। ପୋଲିସର ରିପୋର୍ଟ ଅନୁଯାୟୀ ଲିଜଧାରୀଙ୍କୁ ପରବର୍ତ୍ତୀ ଦିନ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ଏହି ମାମଲାର ଶୁଣାଣି କେବଳ କାଗଜପତ୍ରରେ ସୀମିତ ରହିଛି। ଦେବେନ୍ଦ୍ର ଘଡାଇ ଚତୁରତାର ସହ ପୁଲିସକୁ ହାତ କରି ମାମଲା କରିଥିବା ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା କରିଥିବା କିଛି ଲୋକମାନଙ୍କୁ ହାତ କରି ସେମାନଙ୍କୁ ମୋ ଅଙ୍କରେ ଉତ୍କୋଚ ଦେବା ସହ କିଛି ଲୋକଙ୍କୁ ପୁଲିସ ସାହାର୍ଯ୍ୟରେ ମିଛ କେଶ କରାଇ ପ୍ରଭାବିତ କରିବା ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା କରିଥିବା ଅନ୍ୟ କିଛି ବ୍ୟକ୍ତି ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକାଧିକ ନିର୍ଦ୍ଦେଶ ଓ ଗାଇଡଲାଇନ ଜାରି କରାଯାଉଥିଲେ ମଧ୍ୟ ବେଆଇନ ବାଲି କାରବାର ବନ୍ଦ ହେଉନାହିଁ।


ସେହିପରି ଦିର୍ଘଦୀନ ହେଲା ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନସ୍ଥ ଚର୍ଚ୍ଚିତ ଡଙ୍କାରୀ ପାହାଡ଼ ଓ ରାହାଡ଼ପୁର ପାହାଡ଼ରୁ କଳାପଥର ଚୋରାଚାଲାଣ ରୋକିବା ପାଇଁ ପ୍ରଶାସନ ଅଣ୍ଠାଭିଡିବା ଦେଖିବାକୁ ମିଳିଛି। ସବୁ ଚୋରା ରାସ୍ତା ବନ୍ଦ କରିଦେଇଥିବାବେଳେ ଗୋଟିଏ ରାସ୍ତାରେ ପରିବହନ ପାଇଁ ସ୍ଥିର କରିଛନ୍ତି।ନିଷ୍ପତ୍ତି ଅନୁସାରେ, ଡଙ୍କାରୀ ପାହାଡ଼ ଓ ପାହାଡ଼ ପାଦଦେଶ ତଳେ ଥିବା ୩୦ରୁ ଊର୍ଧ୍ବ ମେଗା କ୍ରସରରୁ ମାଲ ପରିବହନ ନିର୍ଧାରିତ ଡଙ୍କାରୀ-ବରଡ଼ା ଆରଡି ରାସ୍ତା ଦେଇ ଯାତାୟତ କରିବ। ବରଡ଼ା ଠାରେ ପ୍ରଶାସନ ଦ୍ବାରା ନିର୍ମିତ ତନଖି ଫାଟକରେ ସମସ୍ତ ଗାଡ଼ିର କାଗଜ ପତ୍ର ଯାଞ୍ଚ କରାଯିବ। ଅର୍ଥାତ୍ ପଥର ଖଣିକୁ ଯିବା ଆସିବା ପାଇଁ ପ୍ରଶାସନ ପକ୍ଷରୁ ଗୋଟିଏ ରାସ୍ତା ବ୍ୟବସ୍ଥା କରାଯାଇଛି। ସେହିପରି ରାହାଡ଼ପୁର ପାହାଡ଼ରୁ ମାଲ ପରିବହନ କରୁଥିବା ଗାଡ଼ିଗୁଡ଼ିକ ତୁରଙ୍ଗ-ବରଡ଼ା ଆରଡି ରାସ୍ତା ଦେଇ ବରଡ଼ା ତନଖି ଫାଟକ ଯାଞ୍ଚ ପରେ ପରିବହନ କରିବ ବୋଲି ଜଣାପଡ଼ିଛି। ଏହି କ୍ଲୋଜର ଗେଟ୍ ଓ ତନଖି ଫାଟକ କାର୍ୟ୍ୟକ୍ଷମ ହେବା ପରେ ବେଆଇନ ପଥର ମାଫିଆଙ୍କ ମଧ୍ୟରେ ଛନକା ପଶିଛି। ଏହାଦ୍ୱାରା ଅନେକାଂଶରେ ଚୋରା ଖଣିଜ ପଥର ପରିବହନ ରୋକାଯାଇ ପାରିବ ବୋଲି ଧର୍ମଶାଳା ତହସିଲଦାର ସଜୋର କୁମାର ପଣ୍ଡା ସୂଚନା ଦେଇଛନ୍ତି। ଜିଲ୍ଲାର କୋରାଇ ,ଯାଜପୁର ଓ ସୁକିନ୍ଦା ଓ ଦାନଗଦୀ ଆଦି ବ୍ଲକ ଅଞ୍ଚଳରେ ଲଘୁଖଣିଜ ପଦାର୍ଥ ଚୋରାଚାଲାଣ ହେଉଥିବା ବେଳେ ପ୍ରଶାସନ ଏହାକୁ ନଜର ନଦେବା ଚିନ୍ତାର ବିଷୟ ହୋଇଛି ।

Special Reporter

Related Posts

About The Author

Add Comment