ଯାଜପୁର ଏଲ.ଡି.ଏମ ପକ୍ଷରୁ ଋଣ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ଯାଜପୁର, ୧୨/୧୦/୨୦୨୧ (ସନ୍ଧାନ ନିଉଜ) : ସାଧାରଣ ଜନତାର ଆର୍ଥିକ ଅଭିବୃଦ୍ଧିରେ ବ୍ୟାଙ୍କମାନଙ୍କର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି । ସୋମବାର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯାଜପୁର ଏସ.ବି ଆଇ ଲିଡ୍ ବ୍ୟାଙ୍କ ପକ୍ଷରୁ ଋଣ ସଂପ୍ରସାରଣ କାର୍ଯ୍ୟକ୍ରମ ବା କ୍ରେଡିଟ୍ ଆଉଟ୍ ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମହାନ୍ତି ପୂର୍ବରୁ ମହାଜନମାନେ ସାଧାରଣ ଲୋକଙ୍କୁ ଋଣ ଦେଇ ଶୋଷଣ କରୁଥିବାର ଘଟଣାର ଅବସାନ ଘଟିଛି । ବ୍ୟାଙ୍କମାନେ ବର୍ତମାନ ବିଭିନ୍ନ କ୍ଷେତ୍ର ପାଇଁ ଋଣ ଯୋଗାଇ ଦେଉଛନ୍ତି । ତେବେ ହିତାଧିକାରୀ ନିଜ ଆବଶ୍ୟକତାକୁ ପୁରଣ ପାଇଁ ନେଉଥିବା ଋଣକୁ ଉଚିତ ମାର୍ଗରେ ବିନିଯୋଗ କରି ଉପକୃତ ହେବା ସହ ଋଣ ପରିଶୋଧ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର ବ୍ୟାଙ୍କମାନଙ୍କର ସହଯୋଗ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇ ପାରିଛି ବୋଲି କହିବା ସହ ବର୍ତମାନ ତିନି ହଜାର ସ୍ୱୟଂ ସହାୟକ ହିତାଧିକାରୀ ଗୋଷ୍ଠୀଙ୍କୁ ଶହେ କୋଡିଏ କୋଟୀ ଟଙ୍କାର ଋଣ ପ୍ରଦାନ ଏକ ଗୌରବର କଥା ବୋଲି ଶ୍ରୀ ରାଠୋର ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲ୍ଲିକ ବ୍ୟାଙ୍କର୍ସମାନେ ହିତାଧିକାରୀ ମାନଙ୍କୁ ସହଯୋଗ କରିବା ସହ ସେମାନଙ୍କ ଆର୍ଥିକ ସମୃଦ୍ଧି ପାଇଁ ନିୟମ ଅନୁସାରେ ଆଗଭର ହେବାକୁ ଆହ୍ୱାନ ଦେଇଥିଲେ । ହିତାଧିକାରୀ ମାନଙ୍କ ପାଇଁ ଥିବା ବିବିଧ ସୁବିଧା ସୁଯୋଗ ସମ୍ପର୍କରେ ହିତାଧିକାରୀଙ୍କୁ ସୂଚନା ପ୍ରଦାନ କରିବା ଓ ସେମାନେ ଉପଯୁକ୍ତ ସମୟରେ ଋଣ ପରିଶୋଧ କରିଲେ ବ୍ୟାଙ୍କ ଓ ହିତାଧିକାରୀମାନଙ୍କ ମଧ୍ୟରେ ସୁ ସମନ୍ୱୟ ସୃଷ୍ଟି ହୋଇପାରିବ ବୋଲି ସେ କହିଥିଲେ । ନାବାର୍ଡର ଡି.ଡି.ଏମ ସୁବ୍ରତ କୁମାର ସାହୁ, ଏସ.ବି. ଆଇର ଏଫ, ଏଲ୍ ସି. ନିଦେ୍ର୍ଦଶକ ବ୍ରଜ କିଶୋର ନାୟକ,ଏସ.ବି.ଆଇ ଯାଜପୁର ଶାଖାର ଆଂଚଳିକ ପ୍ରବନ୍ଧକ ପ୍ରଦିପ ଚନ୍ଦ୍ର ସାହୁ ପ୍ରମୁଖ ସାମାଜିକ ଅର୍ଥନୀତିର ବିକାଶ ପାଇଁ ବ୍ୟାଙ୍କର୍ସମାନେ ବଦ୍ଧ ପରିକର ବୋଲି କହିବା ସହ ଜିଲ୍ଲାରେ କାର୍ଯ୍ୟରତ ୨୫ଟି ବ୍ୟାଙ୍କ ହିତାଧିକାରୀଙ୍କୁ ଉନ୍ନତ ମାନର ସେବା ଯୋଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ । ଏଲ.ଡି,ଏମ ମନୋଜ କୁମାର ପଧାନିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୬ଟି ବ୍ୟାଙ୍କର ଷ୍ଟଲର ବ୍ୟବସ୍ଥା କରା ଯାଇଥିଲା । ଯେଉଁଥିରେ ଲୋକମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦିଆ ଯାଇଥିଲା । ବ୍ୟାଙ୍କର ହିତାଧିକାରୀମାନଙ୍କ ପାଇଁ ଥିବା ସୁବିଧା, ସୁରକ୍ଷା, ସଚେତନତା ଓ ନିରାପତା ସମ୍ପର୍କରେ ମଧ୍ୟ ସୂଚନା ଦିଆ ଯାଇଥିଲା । କାର୍ଯ୍ୟକ୍ରମରେ ଏସ.ବି.ଆଇର ମ୍ୟାନେଜର ଶୁଭଶ୍ରୀ ବଳ ମଂଚ ପରି•ଳନା କରିଥିଲେ ।

Related Posts

About The Author

Add Comment