ଲିଙ୍ଗରାଜ ପଣ୍ଡା,
ସକାଳୁ ଉଠି ନିତ୍ୟକର୍ମ ସାରି
ପଢାରେ ଦେବାଟି ମନ
ଦୁଷ୍ଟାମି ନ କରି ଭଲ ପିଲା ହେବା
ବାଃ ବାଃ ଦେବେ ଜନ ||୧||
ମାନି ଚଳୁଥିବା ଗୁରୁଜନ କଥା
ବିପଦ ପଡ଼ିବ ନାହିଁ
ଛୋଟ ବଡ ନାହିଁ ଜାତି ଅଜାତିର
ସବୁ ଯେ ଆମରି ଭାଇ || ୨ ||
ଘୃଣା ନ କରିବ କାହାରିକୁ କେବେ
ମଣିଷ ଗୋଟିଏ ଜାତି
ଭାଇ ଭାଇ ହୋଇ ସମସ୍ତେ ଚଳିବା
ରହିଥିବ ସଦା ପ୍ରୀତି || ୩ ||
ଘରୁ ବାହାରିଲେ ରାସ୍ତାରେ ଆମେ
ବାମ ପଟରେ ଚାଲିବା
ମନେ ରଖିଥିବା ସବୁ ଭଲକଥା
ମିଥ୍ୟ କେବେ ନ କହିବା || ୪ ||
ମିଳୁ ପଛେ ଦଣ୍ଡ କହୁଥିବା ସତ
ଲଘୁଜନେ ଗୁରୁଜନେ
ନ କରିବା ହେଳା କାମରେ କଦାପି
ପାଠ ରଖୁଥିବା ମନେ || ୫ ||
ପାଠ ପଢି ଆମେ ନାଁ ରଖୁଥିଲେ
ହୋଇବା ଭଲ ମଣିଷ
ଦେଶ ବିଦେଶରେ ଭଲ କାମ କଲେ
ପାଇବାଟି ନିଶ୍ଚ ଯଶ || ୬ ||
Related Posts
About The Author
Add Comment