ଜେନାପୁର, ୦୪/୦୪/୨୦ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) : ଜେନାପୁର ଥାନା ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ମହନ୍ତ ଷୋହଳ ଗ୍ରାମରର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ଗୋଟିଏ ରାତିରେ ଜଳିଲା ଦୁଇ ଭାଇଙ୍କ ଜୁଇ । ଘଟଣାରୁ ପ୍ରକାଶ ସାନ ଭାଇ ଯନ୍ତ୍ରଣା ସହ୍ୟ କରିନପାରି ଆତ୍ମହତ୍ୟା କରିଥିବା ବେଳେ । ସାନଭାଇର ମୃତ୍ୟୁ ଖବର ପାଇବାର କିଛି ସମୟ ପରେ ଦୁଃଖରେ ଭାଙ୍ଗିପଡିଥିବା ଦୀର୍ଘ ଦିନରୁ ପକ୍ଷାଘାତରେ ପଡିଥିବା ବଡ଼ ଭାଇଙ୍କର ମୃତ୍ୟୁ ଘଟିଥିଲା ।ମୃତକ ଦୁଇ ଭାଇ ହେଲେ ମଙ୍ଗୁଳି ମଳିକ(୭୦)ଓ ବଡ଼ ଭାଇ ଭ୍ରମ୍ବର ମଳିକ(୮୦)ବୋଲି ଜଣାପଡିଛି । ସୂଚନା ମୁତାବକ ମଙ୍ଗୁକି ଦୀର୍ଘ ଦିନ ଧରି ପେଟରୋଗରେ ପୀଡିତ ଥାଇ ଚିକିତ୍ସା ହେଉଥିଲେ ।ଯନ୍ତ୍ରଣା ଅତ୍ୟଧିକ ହେବାରୁ ସେ ଗତକାଲି ରାତିରେ ତାଙ୍କ ଘରନିକଟରେ ଥିବା ଏକ ବର ଗଛ ଡାଳରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଦୀର୍ଘ ଦିନ ଧରି ପକ୍ଷାଘାତରେ ଶିକାର ଥିବା ବଡ଼ ଭାଇ ଭ୍ରମ୍ବର ମଳିକ ସାନଭାଇର ମୃତ୍ୟୁ ଖବର ଶୁଣି କିଛି ସମୟ ପରେ ମୃତ୍ୟୁବରଣ କରିଥିଲେ। ମଙ୍ଗୁଳିଙ୍କ ଜ୍ୱାଇଁ ଅରୁଣ ମଳିକ ଶଶୁର ଆତ୍ମହତ୍ୟା କରିଥିବା ନେଇ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗ ଆଧାରରେ ଜେନାପୁର ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଦାସ ଓ ଏ ଏସ୍ ଆଇ ମନୋରଂଜ ସାମଲ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ ।ହେଲେ ସେତେ ବେଳକୁ ମଙ୍ଗୁଳିର ପରିବାର ଲୋକେ ମୃତକ ଶବକୁ ବରଗଛରୁ ଓଲ୍କାଇ ପିଣ୍ଡାରେ ଶୁଆଇ ଦେଇଥିଲେ ।ପୋଲିସ ମୃତ ଶବକୁ ଜବଦ କରିବା ସହିତ ଏକ ଅପମୃତ୍ୟୁ ମାମଲା କେସ ନମ୍ବର ୪/୨୦ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଜାରି ରଖିଛନ୍ତି ।
ଯନ୍ତ୍ରଣା କଷ୍ଟ ସହିନପାରି ବୃଦ୍ଧଙ୍କ ଆତ୍ମହତ୍ୟା ,ଖବର ଶୁଣି ଦୁଃଖରେ ବଡ଼ ଭାଇଙ୍କର ମୃତ୍ୟୁ
|
April 4, 2020 |