ମୋଦିଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନର ବିରୋଧ, ଭାରତର ଦୃଢ ଜବାବ

Spread the love

ନୂଆଦିଲ୍ଲୀ, ୯/୨(ସନ୍ଧାନ ନିୟୁଜ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ ଆପତ୍ତି ଉଠାଇଥିବାବେଳେ ଭାରତ ଏହାର ତୀବ୍ର ବିରୋଧ କରିଛି । ଅରୁଣାଚଳ ପ୍ରଦେଶ ଭାରତର ଏକ ଅଭିନ୍ନ ଅଂଗ ଓ ଏହାକୁ କେହି ଅଲଗା କରିପାରିବେ ନାହିଁ । ଏ ସମ୍ପର୍କରେ ବାରମ୍ବାର ଚୀନକୁ ଅବଗତ କରାଯାଇଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି ।

ଏହା ପୂର୍ବରୁ ମୋଦିଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ନେଇ ଚୀନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଭାରତ ଏପରି କାର୍ଯ୍ୟରୁ ବିରତ ରହିବା ଆବଶ୍ୟକ ବୋଲି କହିଥିଲା । ଅରୁଣାଚଳ ପ୍ରଦେଶ ଏକ ବିବାଦୀୟ କ୍ଷେତ୍ର ହୋଇଥିବାରୁ ସେଠାକୁ ଭାରତୀୟ ନେତାମାନଙ୍କ ଗ୍ରସ୍ତ ସୀମା ବିବାଦକୁ ଆହୁରି ଜଟିଳ କରିବ ବୋଲି ଚୀନ ବୈଦେଶିକ ବିଭାଗର ମୁଖପାତ୍ର କହିଥିଲେ ।

ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶ ଲାଗି ଟ.୪୦୦୦ କୋଟିରୁ ଅଧିକ ମୂଲର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯୋଜନାର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହା ମଧ୍ୟରୁ ମୋଦୀ ହୋଲିଙ୍ଗି ଠାରେ ଗ୍ରିନ୍ଫିଲ୍ଡ୍ ବିମାନବନ୍ଦର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ରିମୋଟ୍ ଯୋଗେ ଲୋହିତ ଜିଲ୍ଲା ଅନ୍ତର୍ଗତ ତେଜୁ ଠାରେ ଆଧୁନିକିକରଣ କରାଯାଇଥିବା ଏକ ବିମାନ ବନ୍ଦର ଉଦ୍ଘାଟନ କରିଛନ୍ତି।

Related Posts

About The Author

Add Comment