ଭୁବନେଶ୍ୱର, ୦୪/୦୩ (ସନ୍ଧାନ ନିୟୁଜ) ଓଡିଶା ବୋର୍ଡ ପକ୍ଷରୁ ଆରମ୍ଭ ହୋଇଥିବା ମେଟ୍ରିକ ପରିକ୍ଷା ବୋର୍ଡ ଶେଷ ହୋଇଛି । ରାଜ୍ୟର ବିଭିନ୍ନ ସ୍କୁଲ ସମେତ ଯାଜପୁର ର ୧୦ଟି ବ୍ଲକ୍ରେ ମେଟ୍ରିକ୍ ପରିକ୍ଷାର୍ଥିମାନେ ଛାତ୍ରଛାତ୍ରୀ ବିଭିନ୍ନ ହାଇସ୍କୁଲରେ ପରିକ୍ଷା କରାଯାଇଥିଲା । ଏହ ମେଟ୍ରିକ୍ ପରିକ୍ଷା ୧୦ଦିନ ଧରି ଅନୁଷ୍ଟିତ ହୋଇଥିଲା । ଗଣଶିକ୍ଷା ମନ୍ତ୍ରୀଙ୍କ ନିଦେ୍ର୍ଦଷରେ ବିଭିନ୍ ସେଣ୍ଟର ଉପରେ ଲଗାଯାଇଥିବା ବେଳେ, ଅନେକ୍ ସେଣ୍ଟରେ ସିସି କ୍ୟାମେରେ ନଥିବା ଦେଖିବାକୁ ମିଳିଥିଲା । ବୋର୍ଡ ପକ୍ଷରୁ କପିର ରୋକାଯିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଥିବା ବେଳେ, ବିଭିନ୍ନ ସେଣ୍ଟରେ କପି ରୋକାଯାଇଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ଫେବୃୟାରୀ ୧୯ତାରିଖରେ ମେଟ୍ରିକ୍ ପରିକ୍ଷା ଆରମ୍ଭ କରାଯାଇ ମାର୍ଚ୍ଚ ୨ତାରିଖରେ ସରିଥିଲା । ମାର୍ଚ୍ଚ ୧୮ ତାରିଖରେ ଖାତା ଦେଖାଯିବା ଲାଗି ବୋର୍ଡ଼ ପକ୍ଷରୁ ଧାର୍ଯ୍ୟ କରାଯାଇଚି । ପରିକ୍ଷା ଦେଇଥିବା ଛାତ୍ର ଛାତ୍ରୀ ମାନେ ଅଙ୍କ କଷୁଥିବା ବେଳେ, କେତେ ଛାତ୍ର ଛାତ୍ରୀ ସଫଳତାଲାଭ କରିବେ ଖାତା ଦେଖା ପରେ ତାହା ଜଣାପଡ଼ିବ ।
ମେଟ୍ରିକ୍ ପରିକ୍ଷା ସରିଲା ୧୮ରୁ ଖାତାଦେଖା
|
March 4, 2020 |



