ମୂର୍ତ୍ତି ପଥର ଚୋରା ଚାଲାଣ ବେଳେ ଟ୍ରାକ୍ଟର ଜବତ

Spread the love

ଚଣ୍ଡିଖୋଲ, ୧୦/୦୪ (ସନ୍ଧାନ ନିୟୁଜ) : ଯାଜପୁର ଜିଲ୍ଲାରେ ଉଦୟଗିର, ଲଲିତଗିରି, ରନ୍ତଗିରି ଭଳି ବୌଦ୍ଧ ବିମଣ୍ଡିତ ପ୍ରର୍ଯ୍ୟଟନ କ୍ଷେତ୍ର ରହିଛି । ଏହି ପାହାଡକୁ ସମ୍ପୁର୍ଣ୍ଣ ଖନନ ହୋଇନଥିବା ବେଳେ ଏହାର ପାଖଆଖ ପାହାଡ ମାନଙ୍କରେ ମଧ୍ୟ ବୌଦ୍ଧ ବିମଣ୍ଡିତ କିର୍ତ୍ତିରାଜି ରହିଛି । ଏହି ପାହାଡ ଗୁଡିକକୁ ଏପ୍ରର୍ଯ୍ୟନ୍ତ ସମୁଣ୍ଣ ଲୋକଲୋଚନକୁ ଆସିପାରିନାହିଁ । ଏହାର ସୁରକ୍ଷା କରବା ପାଇଁ ଏହାକୁ ସରକାର ସରକ୍ଷଣ କରିଛନ୍ତି । ଏପରକି ଏହି ପାହାଡର ପଥରରେ ଦୁଲ୍ଲଭ ମୂର୍ତ୍ତି ମାନ ତିହାରି ହେଉଥିବା ବେଳେ ମୂର୍ତ୍ତି ପଥର ଚୋରା ଚାଲାଣ କରୁଥିବା ମାଫିଆଙ୍କ ଲୋଲୁପ ଦୃଷ୍ଟି ଏହା ଉପରେ ପଡିଛି । ଫଳରେ ପ୍ରତିଦିନ କିଛି କିଛି ପଥର ଚୋରା ଚାଲାଣ ହେବାରେ ଲାଗିଛି । ଆଜି ଏଭଳି ମୂର୍ତ୍ତି ପଥର ଚୋରା ଚାଲାଣ ହେଉଥିବା ବେଳେ ଡାଳିଯୋଡା ବନଖଣ୍ଡ ଅଧିନସ୍ଥ ଚଣ୍ଡିଖୋଲବନପାଳଙ୍କ ଏକ ଟିମ୍ ଚଢ଼ାଉ କରି ଏକ ଟ୍ରକ୍ଟର ସହିତ ମୂର୍ତ୍ତି ପଥରକୁ ଜବତ କରିଛନ୍ତି । ବିଶେଷ ସୁତ୍ରରୁ ଖବର ପାଇ ଚଣ୍ଡିଖୋଲ ପରେଷ୍ଟର ଶଶିଭୂଷଣ ବେହେରାଙ୍କ ନେତୃତ୍ୱରେ ପରେଷ୍ଟଗାର୍ଡ ଇପିସିତ ରାୟ,ଲକ୍ଷ୍ମୀଧର ନାୟମ, ତୋଫାନ କୁମାର କର ସମେତ ଡାଲିଡୋଡା ବନଖଣ୍ଡର ଅନ୍ୟ କର୍ମଚାରୀ ମାନେ ଉଦୟଗିରି, ଚଣ୍ଡିଆ ରାସ୍ତାର ଚଣ୍ଡିଆ ପାହାଡ ନିକଟରେ ଟ୍ରକ୍ଟର ନମ୍ବର ଓଡି୦୪ଏମ-୩୧୧୭କୁ ଜବତ କରିଥିଲେ । ସେଥିରେ ଚାଲାଣ ହେଉଥିବା ଜବତ ମୁର୍ତ୍ତି ମୂଲ୍ୟ ୮୦ହଜାରରୁ ଅଧିକ ହେବ ବୋଲି ସୂଚନା ମିଳିଛି ।

Related Posts

About The Author

Add Comment