ନୂଆଦିଲ୍ଲୀ,୧୫/୦୪ (ସନ୍ଧାନ ନିୟୁଜ): ଦିଲ୍ଲୀର ଆନନ୍ଦ ବିହାର ବସ୍ ଟର୍ମିନାଲ୍ ଭଳି ପରିସ୍ଥିତି ଆଜି ମୁମ୍ବାଇ ବାନ୍ଦ୍ରା ପଶ୍ଚିମ ରେଳ ଷ୍ଟେସନ୍ରେ ଦେଖିବାକୁ ମିଳିଛି। ଲକ୍ଡାଉନ୍ ଅବଧି ସରିବା ପରେ ଘରକୁ ଫେରିବାକୁ ଆଶା ବାନ୍ଧିଥିବା ହଜାର ହଜାର୍ ପ୍ରବାସୀ ଶ୍ରମିକ ଷ୍ଟେସନ୍ରେ ଭିଡ଼ ଜମାଇଛନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ମୁମ୍ବାଇ ପୋଲିସ୍ ଲାଠି ଚାର୍ଜ କରିଛି। କିନ୍ତୁ ଭିଡ଼କୁ ନିୟନ୍ତ୍ରଣ ହୋଇପାରୁନି। ମାର୍ଚ୍ଚ ୨୫ରୁ ରୋଜଗାର ହାରିଥିବା ଶ୍ରମିକମାନେ ଷ୍ଟେସନ୍ରେ ଏହିଭଳି ପରିସ୍ଥିତି ସୃଷ୍ଟି କରିଥିବା ଜଣାପଡିଛି।
ମୁମ୍ବାଇ ରେଳ ଷ୍ଟେସନ୍ରେ ଭିଡ ଜମାଇଲେ ଘରମୁହାଁ ଶ୍ରମିକ
|
April 15, 2020 |



