ମୁଣ୍ଡ ଗଣ୍ଡି ଅଲଗା ମୃତଶରୀର ଉଦ୍ଧାର ଘଟଣାରେ ଥାନାରେ ୭ ଅଟକ,ଗୁଣିଆ ସନ୍ଦେହରେ ହତ୍ୟା

Spread the love

ମାଲକାନଗିରି, ୨୨/୦୧/୨୧ (ସନ୍ଧାନ ନିଉଜ) : ଗତ ୨୦ତାରିଖ ଦିନ ମାଲକାନଗିରି ଜିଲ୍ଲା ପେଡାକୋଣ୍ଡା ଗ୍ରାମର ଏକ ଚାଷଜମି ରୁ ମୁଣ୍ଡଗଣ୍ଡି ଅଲଗା ଶବକୁ ପୁଲିସ ଉଦ୍ଧାର କରିଥିଲେ । ଏସପି ରିଶିକେଶ ଡି ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଆଦର୍ଶ ଥାନାର ଆଇଆଇସି ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇ ଏହି ଘଟଣାର ତଦନ୍ତ ତନାଘନା ତଦନ୍ତ ଆରମ୍ଭ ହୋଇଯାଇଥିଲା । ହତ୍ୟାର ୨୪ଘଟାଂ ମଧ୍ୟରେ ପୁଲିସ ହତ୍ୟାକାରି ସନ୍ଦେରେ ୭ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଜାରିଚଳାଇଛି, ପୁଲିସର ପ୍ରାଥମିକ ତଦନ୍ତରୁ ଏହି ହତ୍ୟାକାଣ୍ଡ ଗୁଣିଆ ସନ୍ଦେହରେ ହୋଇଥାଇପାରେ ବୋଲି ପୁଲିସ ସୁଚନାପାଇ ଏହି ହତ୍ୟାକାଣ୍ଡରେ ଆଉକାହାର ହାତ ରହିଛି ସେନେଇ ପୁଲିସ ପକ୍ଷରୁ ଯୋରଦାର ତଦନ୍ତ ଚାଲିଛି । ଗିରଫ ଭୟରେ ପେଡାକୋଣ୍ଡା ଗ୍ରାମ ଆଜି ପୁରୁଷ ଶୂନ୍ୟ ଥିବାର ଦେଖିବାକୁ ମିଳିଛି । ସୁଚନା ଯୋଗ୍ୟ ଯେ ଗତ୨୦ତାରିଖ ଦିନ ମାଲକାନଗରି ଥାନାସ୍ଥ ପେଡାକୋଣ୍ଡା ଗ୍ରାମ ମୁଣ୍ଡରେ ଥିବା ଚାଷଜମି ମଧ୍ୟରୁ ଜଣେ ଯୁବକର ମୁଣ୍ଡ ଗଣ୍ଡି ଅଲଗା ହୋଇ ମୃତ ଶରୀର ପଡିଥିବାର ଦେଖି ଗ୍ରାମବାସୀ ମାନେ ଦେଖି ମାଲକାନଗିରି ଥାନକୁ ଏ ସଂପର୍କରେ ଫୋନ ଯୋଗେ ଜଣାଇବାରୁ ମାଲକାନଗରି ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କ ସହ ପୁଲିସ ସଦଳବଳ ସେଠାରେ ପହଁଚି ଥିଲେ । ମୁଣ୍ଡ ଗଣ୍ଡି ଅଲଗା ହୋଇ ମୃତଶରୀର ଟି ପଡିଥିବାର ଦେଖି ତାକୁ ଜବତ କରି ତାର ପରିଚୟ ଖୋଜିଥିଲେ । ଯୁବକଟି ପେଡାକୋଣ୍ଡା ଗ୍ରାମର ତା ନାମ ଲାଛୁ କବାସୀ(୩୫) ବୋଲି ଜଣାପଡିଛି ,ସେ ଗତ ତିନିଦିନ ହେଲା ଘରୁ ନିଖୋଜ ଥିଲେ । କେହି ଦୁବ ର୍ତ ଧାରୁଆ ଅସ୍ତ୍ର ଦ୍ୱାରା ଅତି ନୃଶଂସ ଭାବେ ଲାଛୁଙ୍କର ବେକକୁ କାଟି ମୁଣ୍ଡଗଣ୍ଡି ଅଲଗା କରି ଦେଇଥିବାର ଜଣାପଡିଛି । ପୁଲିସ ମୃତ ଶରୀର ଜବତ କରି ଶବବ୍ୟବଛେଦ ପରେ ପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରି ତଦନ୍ତ ଆରମ୍ଭ ଚଳାଇଥିଲେ । ମୃତ ଲାଛୁ ଗାଁରେ ଛୋଟ ମୋଟ ଗୁଣିଗାରେଡି ଝଡା ଫୁଙ୍କା ଦିଶାରୀ କାମକରିଥାଏ ।ଗତ କିଛିଦିନହେଲା ସେହି ଗ୍ରାମର କିଛି ଲୋକଙ୍କ ହାତ ଗୋଡ ଫୁଲି ବେମାରରେ ପଡିଥିବାରୁ ଏହା ଲାଛୁର ଗୁମି ଦ୍ୱାରା ହେଉଛି ବୋଲି ଗ୍ରାମବାସୀ ମାନେ ସନ୍ଦେହକରିଥିଲେ ।ଲାଛୁ ହଟାତ ୧୮ତାରିଖ ଦିନ ଘରୁ ନିଖୋଜ ହେବା ଓ ୨୦ତାରିଖରେ ତାଙ୍କର ମୁଣ୍ଡଗଣ୍ଡି ଅଲଗା ଶାବ ଜାମିରୁ ଉଦ୍ଧାର ହେବା ଘଟଣାରେ ଗ୍ରାମର କିଚି ଲୋକଙ୍କ ହାତ ଥାଇପାରେ ବୋଲି ପୁଲିସ ସନ୍ଦେହରେ ଗ୍ରାମର ୭ଜଣ ଙ୍କୁ ଥାନାରେ ଅଟକ ରଖି ପଚରା ପଚରି ଚଳାଇଛନ୍ତି ।

Related Posts

About The Author

Add Comment