ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ତିନୋଟି ପୁସ୍ତକର ଲୋକାର୍ପଣ

Spread the love

ଭୁବନେଶ୍ୱର,10/02/2021 (ସନ୍ଧାନ ନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ତିନିଗୋଟି ପୁସ୍ତକ ଲୋକାର୍ପଣ କରିଛନ୍ତି। ଏଥିମଧ୍ୟରେ ରହିଛି ସହକାରୀ ଆୟକର ଆୟୁକ୍ତ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ଦୁଇଟି କବିତା ସଂକଳନ ‘ସଜ ତୁଳସୀ’ ଓ’ ଅସଜଡା ପାଖୁଡା’। ଏହି ଦୁଇଟି କବିତା ସଂକଳନରେ କବିସତ୍ତାର ମୌଳିକତା ଅତି ସୁନ୍ଦର ଭାବରେ ପ୍ରସ୍ଫୁଟିତ ହୋଇପାରିଛି।

ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅଧ୍ୟାପିକା ଇପ୍‌ସିତା ଷଡଙ୍ଗୀଙ୍କ ଦ୍ବାରା ଓଡିଆରେ ଅନୁବାଦିତ ତଥା ଅନନ୍ତିନୀ ଝୁମ୍ପା ମିଶ୍ରଙ୍କ ମୂଳ ଇଂରାଜୀ ରଚନା ‘ମ୍ୟାନ ହଟ୍ଟନରୁ ମୁନ୍ନାର’ ଉପନ୍ୟାସଟିକୁ ମଧ୍ୟ ଲୋକାର୍ପଣ କରିଥିଲେ।

ଅନନ୍ତିନୀ ଝୁମ୍ପା ମିଶ୍ର ଜଣେ ପ୍ରତିଭା ସମ୍ପନ୍ନ ଶିଶୁ ଲେଖିକା। ଅଳ୍ପ ବୟସରେ ଅନେକ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରି ସେ ପ୍ରଶଂସିତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କବି ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର ଓ ଅନନ୍ତିନୀ ଝୁମ୍ପା ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ।

Related Posts

About The Author

Add Comment