ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଧମଶାଳାରେ ସତୀଶଙ୍କ ଅଭିଯାନ

Spread the love

ଯାଜପୁର, ୧୦/୧୧/୨୦୨୧ (ସନ୍ଧାନ ନିଉଜ) : ଧର୍ମଶାଳା ବିଧାନସଭା କ୍ଷେତ୍ରରେ ଦଃୁସ୍ଥ ଅବହେଳିତ ତଥା ଗରୀବ ଲୋକମାନେ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚôତ ହେବା ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶ ବିରୋଧୀ । ପ୍ରତ୍ୟେକ ପଞ୍ଚାୟତରେ ଠିକାଦାର ଓ ମାଫିଆମାନଙ୍କ ପାର୍ଦୁଭାବ ବୃଦ୍ଧି ପାଇଁ ଗରୀବ ଲୋକେ ଅଣନିଶ୍ୱାସୀ ହୋଇ ପଡିଥିବାର ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଅଭିଯୋଗ କରିବା ଘଟଣା ସାଧାରଣରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି । ଧର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ସତୀଶ ଅଭିଯାନ ଚଲାଇଛନ୍ତି । ଏହି ଅଭିଯାନରେ ରାଇଛନ୍ଦା ପଞ୍ଚାୟତର ସିଧାପାଳରେ ଅନୁଷ୍ଠିତ ବୈଠକରେ ସତୀଶ ଯୋଗଦେଇ କହିଥିଲେ ଯେ, ସେବା ଓ ତ୍ୟାଗ ନିକଟରେ କ୍ଷମତା, ପ୍ରତିପତ୍ତି ମୂଲ୍ୟହୀନ ବୋଲି ମତ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗରୀବଙ୍କ ସେବା ପ୍ରତି ଗୁରୁତ୍ୱ ଦେଇଛନ୍ତି । ବି.ଜେ.ଡି କର୍ମିମାନେ ଦଃୁଖୀ ମଣିଷଙ୍କ ସ୍ୱାର୍ଥରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଆହ୍ୱାନ ଦେଇଛନ୍ତି । ହେଲେ ଧର୍ମଶାଳାରେ ପ୍ରତି ପଞ୍ଚାୟତରେ ଆଙ୍ଗୁଠି ଗଣତି ଚାରି ପାଞ୍ଚ ଜଣ ଆମ ଦଳ ନାମରେ ପ୍ରଭାବଶାଳୀ ହୋଇ କେବଳ ନିଜର ସମ୍ପତ୍ତି ଓ ପ୍ରତିପତ୍ତି ବୃଦ୍ଧି କରିବା ଲକ୍ଷଙ୍କର କାର୍ଯ୍ୟ କରି ଗରୀବ ମାନଙ୍କୁ ସରକାରୀ ସୁବଧା ସୁଯୋଗରୁ ବଞ୍ଚô ତ କରୁଛନ୍ତି । ଏମାନେ ଧର୍ମଶାଳାର ଜନପ୍ରତିନିଧିଙ୍କ ଏଜେଣ୍ଟ ସାଜି ଏହି କାର୍ଯ୍ୟ କରୁଥିବାରୁ ସାଧାରଣ ଜନତା ନିସ୍ପେସିତ ହେବା ସହ ବିରୋଧୀ ଧୀରେ ଧୀରେ ଏଥିରୁ ଫାଇଦା ଉଠାଇବାରେ ସଫଳ ହେଉଛନ୍ତି । ଗରୀବଙ୍କ ସ୍ୱାର୍ଥରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ସଂକଳ୍ପବଦ୍ଧ ହୋଇଥିବାରୁ ଏହାକୁ ବରାଦାସ୍ତ କରାଯିବ ନାହିଁ । ଗତ ସପ୍ତାହରେ ନିକଟସ୍ଥ ମର୍ଯ୍ୟାଦାପୁରରେ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ଅଭିଯାନରେ ସତୀଶ ଧର୍ମଶାଳାରେ ବେକାରୀ ସମସ୍ୟା ଉକ୍ରଟ ବୋଲି ଅଭିଯୋଗ କରିଥିଲେ । ଧର୍ମଶାଳାରେ ଯୁବକମାନେ ଆତ୍ମ ନିଯୁକ୍ତି ନପାଇ ହତାସ ହୋଇ ପଡୁଥିବା ବେଳେ ଜନପ୍ରତିିନିଧିଙ୍କ ତରଫରୁ ଏଥିନେଇ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାନଯିବା ନେଇ ଉଦବେଗ ପ୍ରକାଶ କରିଥିଲେ । ବିଜୁ ପରିବାରର ବଂଶାନୁକ୍ରମିକ ଅନୁଗତ ଭାବେ କାର୍ଯ୍ୟ କରୁଥିବା ସତୀଶ ବିଶ୍ୱାଳ ସର୍ବଦା ସମାଜର ତଳସ୍ତରର ଲୋକ ମାନଙ୍କ ସହ ଥାଇ ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ପାଇଁ କାର୍ଯ କରୁଥିବା ବେଳେ ଧର୍ମଶାଳାର ବିଭିନ୍ନ ଭ୍ରଷ୍ଟାଚାର ନେଇ ସାଲିସ ବିହୀନ ଲଢେଇ କରିବା ପ୍ରସଙ୍ଗ ସାଧାରଣରେ ବେଶ ପ୍ରଭାବଶାଳୀ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଏହି ବୈଠକରେ ରାଇଛନ୍ଦା ସଚେତନ ସଂଗ୍ରାମୀ ମଞ୍ଚ ଗଠନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ଗୁରୁତ୍ୱ ଦେଉଥିବାରୁ ଏଠାରେ ମହିଳା ମାନଙ୍କୁ ନେଇ ଏହି ମଞ୍ଚ ଗଠିତ ହୋଇଥିଲା । ଏଥିରେ ସର୍ବସମ୍ମତକ୍ରମେ ନଳିନୀ ପ୍ରଧାନ -ସଭାପତି, ଟିକି ପ୍ରଧାନ, ରାଧାରାଣୀ ପ୍ରଧାନ ଓ ଭଗବତୀ ଭୁୟାଂଙ୍କୁ ଉପସଭାପତି, ସତ୍ୟଭାମା ପ୍ରଧାନ- ସାଧାରଣ ସଂପାଦକ, ଜ୍ୟୋସ୍ନା ପରିଡା – କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ସର୍ବଶ୍ରୀ ଶ୍ୟାମ ସୁନ୍ଦର ପ୍ରଧାନ, ରବି ନାରାୟଣ ପ୍ରଧାନ, ନୀରଞ୍ଜ ନ ପ୍ରଧାନ, ଅମ୍ବୁଜ ପ୍ରଧାନଙ୍କୁ ନେଇ ଏକ ଉପଦେଷ୍ଠା ମଣ୍ଡଳୀ ଗଠିତ ହୋଇଛି ।

Related Posts

About The Author

Add Comment