ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ଜଣାଇଲେ ନିଜର ମନକଥା କର୍ଣ୍ଣାଟକରେ ବିଧାନସଭା ଭଙ୍ଗ କରାଯିବା ଆବଶ୍ୟକ

Spread the love

ବେଙ୍ଗଲୁରୁ, ୧୯/୫ (ସନ୍ଧାନ ନିୟୁଜ) : କର୍ଣ୍ଣାଟକରେ ପୁଣି ଥରେ କଂଗ୍ରେସ ଏବଂ ଜେଡିଏସ ମଧ୍ୟରେ ସବୁ କିଛି ଠିକ୍ ଚାଲି ନଥିବା କଥା ସାମ୍ନାକୁ ଆସିଛି। କ୍ଷମତାସୀନ କଂଗ୍ରେସ-ଜେଡିଏସ ମେଣ୍ଟରେ ପୁଣି ମତଭେଦ ଦେଖା ଦେଇଛି। ଖାଲି ସେତିକି ନୁହେଁ ଜେଡିଏସର ବରିଷ୍ଠ ନେତା ବସବରାଜ ହୋରାତ୍ତି ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମେୟାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରାଯିବାକୁ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମେଣ୍ଟ ଧର୍ମ ପାଳନ ହେଉ ନଥିବା ହେତୁ ବିଧାନସଭା ଭଙ୍ଗ କରାଯିବା ଆବଶ୍ୟକ ।

ଏକଥା ଜଣାପଡ଼ିବାପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ଏହାକୁ ନେଇ ପୁଣି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଦଳୀୟ ନେତାମାନେ ବିବାଦୀୟ ବୟାନ ଠାରୁ ଦୂରରେ ରୁହନ୍ତୁ ।

ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି ଯେ କେନ୍ଦ୍ରରେ ଅଣ ବିଜେପି ସରକାର ଗଠନ କରାଯିବାକୁ ଯୋଜନା ଚାଲିଛି । ଆମେ କେନ୍ଦ୍ରରେ ନୂତନ ସରକାର ଗଠନର ନିକଟତର ହୋଇଛୁ । କୁମାରସ୍ୱାମୀ ଟୁଇଟ କରି କହିଛନ୍ତି ଯେ, ଏଭଳି ସମୟରେ କେନ୍ଦ୍ରରେ ଯେତେବେଳେ ଅଣ ବିଜେପି ସରକାର ଗଠନ କରିବାକୁ ସମସ୍ତେ ଉଦ୍ୟମ କରୁଛନ୍ତି, ମେଣ୍ଟ ସହଯୋଗୀ କଂଗ୍ରେସ ଜେଡିଏସର ନେତା ବିରୋଧାଭାସ ବୟାନରେ ଏଭଳି ଉଦ୍ୟମକୁ ଝଟକା ଲାଗିପାରେ ।

Related Posts

About The Author

Add Comment