ମୁଖ୍ୟ ସଡକରେ ଇଣ୍ଡିଆନ ବ୍ୟାଙ୍କର ନୂତନ ପରିସରରକୁ ଉଦଘାଟନ କଲେ ବିଧାୟକ

Spread the love
ବୁଗୁଡା ୮/୨ (ସନ୍ଧାନ ନିଉଜ): ବୁଗୁଡା ସହରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିପରୀତ ପାର୍ଶ୍ୱ ମୁଖ୍ୟ ସଡକ କଡରେ  ବୁଗୁଡା ଶାଖା ଇଣ୍ଡିଆନ ବ୍ୟାଙ୍କର ନୂତନ ପରିସର ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଫେବୃୟାରୀ ୮ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ଇଣ୍ଡିଆନ ବ୍ୟାଙ୍କର ନୂତନ ପରିସରର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ବ୍ୟାଙ୍କର କ୍ଷେତ୍ର ମହାପ୍ରବନ୍ଧକ ବି.ସୁରୀବାବୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୁଗୁଡ଼ା ବ୍ଲକ ବିଡ଼ିଓ ତନ୍ମୟ ପାତ୍ର ଓ ତହସିଲଦାର ସଂଗ୍ରାମ କେଶରୀ ଜେନା ଯୋଗଦେଇଥିବା ବେଳ ଇଣ୍ଡିଆନ ବ୍ୟାଙ୍କ ବ୍ରହ୍ମପୁର ପରିକ୍ଷେତ୍ର କ୍ଷେତ୍ରିୟ ପ୍ରବନ୍ଧକ ଗ.ଜୟା ପାଣ୍ଡିଆନ ଓ ବ୍ରହ୍ମପୁର ପରିକ୍ଷେତ୍ର ଉପ-କ୍ଷେତ୍ରିୟ ପ୍ରବନ୍ଧକ ହୃଦାନନ୍ଦ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ। ବୁଗୁଡା ଶାଖା ଇଣ୍ଡିଆନ ବ୍ୟାଙ୍କ ଶାଖା ପ୍ରବନ୍ଧକ ସୁଧେନ୍ଦୁ ନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ୟାଙ୍କର ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

Related Posts

About The Author

Add Comment